Breaking News

ମଟରସାଇକେଲ ଧକ୍କାରେ ଚାଳକ ମୃତ ଜଣେ ଗୁରୁତର





 ଓଡ଼ଗାଁ----ନୟାଗଡ ଜିଲ୍ଲାର  ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ ରଂଗଣିପାଟଣା ଛକ ନିକଟବର୍ତ୍ତୀ ରାସ୍ତା ପାଶ୍ୱରେ ବିଦ୍ୟୁତ ବିଭାଗ ଦ୍ଵାରା ସ୍ଥାପନା କରାଯାଇଥିବା ସିମେଣ୍ଟ ପିଣ୍ଡିକୁ ଧକ୍କା ଦେଇ ହରଷ ଜାନି (୨୦)ଙ୍କର ମୃତୁ ଘଟିଛି । ପଛରେ ବସିଥିବା ଯୁବକ ପଞ୍ଚାନନ ପ୍ରଧାନ ଗୁରୁତର ଭାବେ ଆହତ ହୋଇଛନ୍ତି । ସେ କଟକ ବଡ ମେଡିକାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ମୃତ ଯୁବକ ଜଣକ କୋମଣ୍ଡ ଗ୍ରା.ପ ଅନ୍ତର୍ଗତ ନୋତରପଲ୍ଲୀ ଗ୍ରାମର ପୀତବାସ ଜାନିଙ୍କର ସାନପୁତ୍ର ହରଷ ଜାଣି ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ରାତି ପ୍ରାୟ ୧୧.୩୦ ସମୟରେ ହରଷ ପ୍ରବଳ ନିଶାଶକ୍ତ ଅବସ୍ଥାରେ ପଞ୍ଚାନନ ଙ୍କର ଗାଡି ଚଳାଇ   ଆସୁଥିଲେ । ଦୁର୍ଘଟଣା ଖବର ପାଇ ସ୍ଥାନୀୟ ଲୋକଙ୍କ ସହାୟତାରେ ଦୁଇ ଜଣଙ୍କୁ ପ୍ରଥମେ ଓଡ଼ଗାଁ ପରେ ନୟାଗଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ।  ସେଠାରେ ଡାକ୍ତର ହରସକୁ ମୃତ ଘୋଷଣା କରିଥିବା ବେଳେ ପଞ୍ଚାନନ ପ୍ରାଥମିକ ଚିକିତ୍ସା କରାଯାଇଥିଲା । ପଞ୍ଚାନନ ଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ସଙ୍ଗେ ସଙ୍ଗେ କଟକ କୁ ପଠାଇ ଦିଆଯାଇଥିବା ଜଣାପଡିଛି । ମୃତକର ବଡ ଭାଇ ରମେଶ ଜାନୀର ଲିଖିତ ଅଭିଯୋଗ କ୍ରମେ ଓଡ଼ଗାଁ ଥାନାରେ କେଶ ୫୦/୨୦ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି । ଓଡ଼ଗାଁ ରୁ ଅର୍ଜୁନ ସାହୁ

Blog Archive

Popular Posts