ବ୍ଲକ ସମ୍ମୁଖରେ ଧାରଣାରେ ବସିଲେ ଅଧ୍ୟକ୍ଷା
ବରୀ--- ବରୀ ବ୍ଲକ ସମ୍ମୁଖରେ ବ୍ଲକ ଅଧ୍ୟକ୍ଷା ସୁବାଶିନି ଶର୍ମା ଧାରଣାରେ ବସିଥିବା ଦେଖିବାକୁ ମିଳିଛି । ସରକାରଙ୍କ ଯୋଜନାରେ ଆସୁଥିବା ଉନ୍ନୟନ ମୂଳକ କାର୍ଯ୍ୟ ବରୀ ବ୍ଲକରେ ଦୀର୍ଘ ଦିନ ଧରି ଠପ ହୋଇଯାଇଛି । ବିଶେଷ କରି ପ୍ରଧାନମନ୍ତ୍ରୀ ଆବାସ ଚୟନରେ ବ୍ୟାପକ ଅନିୟମିତତା, ଗତ ବୁଲବୁଲରେ କ୍ଷୟକ୍ଷତି ହୋଇଥିବା ଆକଳନକୁ ଭିତ୍ତି କରି ୨୨୬ ଗୋଟି ପ୍ରକଳ୍ପକୁ ଅର୍ଥ ମଞ୍ଜୁର ହୋଇଛି । ଏହି ଅର୍ଥ ୪କୋଟି ୩୯ଲକ୍ଷ ଟଙ୍କା ହୋଇଥିବାବେଳେ ଏଥିରେ ଚଞ୍ଚକତା କରାଯାଇ ପ୍ରକଳ୍ପ ଗୁଡିକୁ ଅନୁମୋଦନ କରାଯାଇଛି । ଏହାର ପ୍ରତିବାଦରେ ବରୀ ବ୍ଲକର ଅଧ୍ୟକ୍ଷା ସୁବାଶିନି ଶର୍ମା ,ଉପାଧ୍ୟକ୍ଷ ରମେଶ ଚନ୍ଦ୍ର ଭଂଜ, ସରପଞ୍ଚ ବିଜୟ କିଶୋର ସାହାଣୀ, ଗମ୍ମୁ ସମିତି ସଭ୍ୟ ଅଙ୍କୁର ମଲ୍ଲିକ ,ବୋଦୁଅ ସରପଞ୍ଚ ଅର୍ଚ୍ଚନା ମଲ୍ଲିକ, ବନଜା ମଲ୍ଲିକ ସମେତ କେତେକ ସମିତି ସଭ୍ୟ/ସଭ୍ୟା, ସରପଞ୍ଚ ଏହି ଗଣଧାରଣାରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା । ଅପରାହ୍ନରେ ବରୀ ଭାରପ୍ରାପ୍ତ ବିଡିଓ ଶାଶ୍ୱତ ଜେନା ଘଟଣାସ୍ଥଳରେ ପହଞ୍ଚିି ଧାରଣାକାରୀଙ୍କୁ ଏ ସବୁର ସମାଧାନ ପାଇଁ ଲିଖିତ ପ୍ରତିଶୃତି ପ୍ରଦାନ କଲା ପରେ ସଂନ୍ଧ୍ୟାରେ ଗଣଧାରଣ ପ୍ରତ୍ୟାହୃତ ହୋଇଯାଇଛି ।
ଯାଜପୁର ବରୀରୁ ଦର୍ଶନ ବେହେରାଙ୍କ ରିପୋର୍ଟ
ଯାଜପୁର ବରୀରୁ ଦର୍ଶନ ବେହେରାଙ୍କ ରିପୋର୍ଟ