Breaking News

କୁଜଙ୍ଗ ତହସିଲରେ ଜମି ଜାଲିଆତି ; କିସମ ବଦଳାଇ ଗାଁ ପୋଖରୀରୁ ୮ଡିସିମିଲି ବିକ୍ରି

କୁଜଙ୍ଗ------କୁଜଙ୍ଗ ତହସିଲର ପୂର୍ବତନ ତହସିଲଦାର ଓ କେତେକ ଅସାଧୁ କର୍ମଚାରୀଙ୍କ  ଚକ୍ରାନ୍ତ ଯୋଗୁ ଜମି ଜାଲିଆତି ଦୁର୍ନିତିର ଗନ୍ତାଘର ପାଲଟିଛି କୁଜଙ୍ଗ ତହସିଲ । ତହସିଲର ବହୁ କର୍ମଚାରୀ ଓ ପୂର୍ବତନ ତହସିଲଦାର ରମେଶ ପଣ୍ଡା ଓ ନୃସିଂହ ସ୍ୱାଇଁ ସମୟ ସୁବିଧା ଦେଖି ସରକାରୀ ଜମିର କିସମ ବଦଳାଇ ଲିଜ୍ ଦେବା ଘଟଣା କୁଜଙ୍ଗ ଅଞ୍ଚଳରେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଯୋଗ୍ୟ କି କୁଜଙ୍ଗ ତହସିଲ ଅଧିନସ୍ଥ ପାରାଦ୍ୱୀପ ଗଡ ନିକଟ ଜମି ଜାଲିଆତି ଘଟଣାର ପର୍ଦ୍ଦାଫାସର ଗଣ ମାଧ୍ୟମରେ ହେବା ପରେ ଆହୁରି ଏକ ଚାଞ୍ଚଲ୍ୟକର ତଥ୍ୟ କିସମ ବଦଳାଇ ଗାଁ ପୋଖରୀରୁ ୮ଡିସିମିଲି ବିକ୍ରି ହୋଇଥିବା ନେଇ ଜିଲ୍ଲା ପ୍ରଶାସନ ଯୋରଦାର ଖୋଲ୍ ତାଡ ଚଳାଇଛି । ପିପ୍ପଳ ମୌଜା ବରେଇର ଖାତା ନଂ.୪୦୦ ପ୍ଲଟ ନଂ.୨୨୫ ଏହାର କିସମ ହେଉଛି ପତିତ ଥିବା ପୁରାତନ ଶ୍ମଶାନ ପୋଖରୀ । ଗ୍ରାମର ଲୋକମାନେ ଏହି ପୁଷ୍କରଣୀରେ ସ୍ନାନ ଶୌଚ କରିବା ସଂଗେ ସଂଗେ ଦଶାହ ସୁଦ୍ଧ କ୍ରିୟା କାର୍ଯ୍ୟ କରିଥାନ୍ତି । ଚଞ୍ଚକତା ସହକାରେ ଏହି ଗ୍ରାମ ଶ୍ମଶାନ ପୋଖରୀକୁ ପୂର୍ବତନ ଲିଜ୍ କ୍ଲର୍କ ଶ୍ରୀଧର ବିଶ୍ୱାଳ ଓ ପୂର୍ବତନ ତହସିଲ୍‌ଦାର ନୃସିଂହ ସ୍ୱାଇଁ ସମ୍ପୃକ୍ତ ଥାଇ ପୋଖରୀର କିସମ ବଦଳାଇ ତିନି ଜଣଙ୍କୁ ବିକ୍ରି କରାଯାଇଥିବା ଜଣା ପଡିଛି । ସୂଚନା ଯୋଗ୍ୟକି ପିପ୍ପଳ ମୌଜା ପଡା ବରେଇରେ କିସମ ପତିତ ଥିବା ଏକ ଶ୍ମଶାନ ପୋଖରୀକୁ ପୂର୍ବତନ ଲିଜ୍ କ୍ଲର୍କ ଶ୍ରୀଧର ବିଶ୍ୱାଳ ତାଙ୍କ ଦୁଇ ଜଣ ଶଳା ଜାହାଙ୍କ ଘର ବରେଇ ପିପ୍ପଳ କି କୁଜଙ୍ଗ ତହସିଲ୍ ଅଧିନ ହୋଇନଥିଲେବି ତାଙ୍କ ଘର ଭଁଅରକୋଲା ଥାଇ ଲିଜ୍ ଦରଖାସ୍ତରେ ପିପ୍ପଳ ଠିକଣାଦେଇ ୧୯୯୮ ମସିହାରେ ହୃଷିକେଷ ମୁଦୁଲି ପିତା ବାବାଜୀ ମୁଦୁଲି ଓ ଭଁଅରକୋଲାର ସନ୍ତୋଷ ଦାସ ପିତା ବନମାଳି ଦାସ ସା-ପୋତାନଇଙ୍କ ନାମରେ ଲିଜ୍ ହୋଇଛି । ଏହି ଦୁଇଜଣ ଜାକ ଭୁମିହୀନ ଥିବା ଦର୍ଶାଇ ପ୍ରତ୍ୟେକ ନାମରେ ୪ଡିସିମିଲି ଲେଖାଏ ଲିଜ୍ ପଟ୍ଟା ତତ୍‌କାଳୀନ ତହସିଲ୍‌ଦାରଙ୍କୁ ହାତ କରି ଦିଆଯାଇଛି । ଲିଜ୍ ହେବାର ୧୦ବର୍ଷ ପରେ ଓ ପୂର୍ବତନ ଲିଜ୍ କ୍ଲର୍କ ଅବସର ନେବା ପରେ ଦୁଇଜଣ ଶଳାଙ୍କ ଠାରୁ ଦୁଇଟି କବଲାର କୌଶଳ କ୍ରମେ ନିଜ ନାମକୁ ରେଜେଷ୍ଟ୍ରି କରିଆଣି ୩ଜଣ ଲୋକଙ୍କୁ ୫୦ଲକ୍ଷ ଟଙ୍କାରେ ବିକ୍ରୟ କରିଛନ୍ତି । ଉକ୍ତ ଘଟଣାକୁ ବିରୋଧ କରି ବରେଇ ଗ୍ରାମବାସୀ ରେବତୀ ବିଶ୍ୱାଳ, ବିଷ୍ଣୁ ବିଶ୍ୱାଳ, ଚିତରଂଜନ ନାୟକ, ଶୁଶମା ସ୍ୱାଇଁ, ପରମାନନ୍ଦ ନାୟକ ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ଉପଯୁକ୍ତ ନ୍ୟାୟ ନିମନ୍ତେ ଗୁହାରି କରିଛନ୍ତି । ଜିଲ୍ଲାପାଳ ଏହାର ତଦନ୍ତ କରି ଉଚିତ୍ ପଦକ୍ଷେପ ନେବେବୋଲି ପ୍ରତିଶୃତି ଦେଇଛନ୍ତି । ଏଠାରେ ସୂଚନା ଯୋଗ୍ୟକି ଏହି ଲିଜ୍ କ୍ଲର୍କ ତଥା ସେତେବେଳର ରେର୍କଡ ରକ୍ଷକ ଥିବା ଶ୍ରୀଧର ବିଶ୍ୱାଳ ଓ ପୂର୍ବତନ ତହସିଲଦାର ନୃସିଂହ ସ୍ୱାଇଁ ସମ୍ପୃକ୍ତ ଥାଇ ୨୦୦୨ ମସିହାରେ ରାଜାରାଜୁଡା ସମୟ ତହସିଲରେ ଥିବା ବହୁ ମୁଲ୍ୟବାନ ନଥିପତ୍ର ତହସିଲ ପଛପଟେ ପୋଡି ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ନଷ୍ଟ କରିଥିବା ଜନ ସାଧାରଣ ଦେଖିଛନ୍ତି । ଅପରପକ୍ଷରେ ଶ୍ରୀ ବିଶ୍ୱାଳ ଗ୍ରାମବାସୀଙ୍କ ନାମରେ ୬ଟି ମାମଲା ଖରିଦ୍‌ଦାରଙ୍କ ଦ୍ୱାରା ମଧ୍ୟ କରିଛନ୍ତି । ଏଣୁ ଏହି ଦୁର୍ନିତି କାର୍ଯ୍ୟରେ ଲିପ୍ତ ଥିବା ତହସିଲ୍‌ଦାର ଓ କର୍ମଚାରୀମାନଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସର୍ବସାଧାରଣରେ ଦାବୀ ହୋଇଛି ।
ଜଗତସିଂହପୁରରୁ ପ୍ରଳୟ କୁମାର ମହାପାତ୍ର 

Blog Archive

Popular Posts