Breaking News

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସବୁଯୋଜନା ବରଗଡ଼ ଜିଲ୍ଲାର ଅତାବିରା ବ୍ଲକରେ ବାଟବଣା...




 ବରଗଡ଼----    ଗ୍ରାମାଞ୍ଚଳର ବିକାଶ ପାଇଁ  କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଯୋଜନା ପରେ ଯୋଜନା ତିଆରି କରୁଛନ୍ତି  । ସତ ହେଲେ ଏଠି ବାସ୍ତବ ରୂପ ସମ୍ପୁର୍ଣ୍ଣ ଅଲଗା। ତେଲିଆ ମୁଣ୍ଡରେ ତେଲ ଭଳି ଥିଲା ବାଲାଙ୍କ ପାଇଁ ଯୋଜନା ।ଯାହା ନିରୀହ ଖଟିଖିଆ ପ୍ରକୃତ ହିତାଧିକାରୀଙ୍କ ପାଖରେ ଆଜି ବି ସ୍ୱପ୍ନ ହୋଇଛି ରାଜ୍ୟ ସରକାରଙ୍କ ଜନ ହିତକର ଯୋଜନା । ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଗୋପବନ୍ଧୁ ଗ୍ରାମୀଣ ଯୋଜନା, ଇନ୍ଦିରା ଆବାସ ଯୋଜନା,ବିଜୁ ଯୋଜନା,ଗ୍ରାମ୍ୟ ଜଳ ଯୋଗାଣ ଯୋଜନା ଓ ମାଗଣାରେ ବିଦ୍ୟୁତ ଭଳି ଯୋଜନା ପହଞ୍ଚିପାରୁନାହିଁ ସଠିକ ହିତାଧିକାରୀ ଙ୍କ ପାଖରେ । ମୋ ସରକାର ମୋ ଗାଁ ଗ୍ରାମର ବିକାଶ ଦେଶର ବିକାଶ ସ୍ଲୋଗାନ ପ୍ରହସନ ପରି ଲାଗୁଛି।ହେଲେ ଓଡ଼ିଶାରେ ଭାତହାଣ୍ଡି କୁହାଯାଉଥିବା ବରଗଡ଼ଜିଲ୍ଲାର ଅତାବିରା ବ୍ଲକ ଚକୁଳି ପଞ୍ଚାୟତର ସରଣ୍ଡା ଗ୍ରାମର ୫୩ନଂ ଜାତୀୟ ରାଜପଥ କଡରେ ରହିଥିବା ଗୌର ପଡାକୁ ଦେଖିଲେ ସବୁକିଛି ସରକାରୀ ଯୋଜନା କାଗଜ କଲମରେ ଚାଲିଛି ।  ବରଗଡ଼ ଜିଲ୍ଲା ମାନ୍ୟତାର ୨୦ବର୍ଷ ବିତିଗଲାଣି।ତଥାପି ଆମ ପଡାକୁ ନାଁ ରାସ୍ତା,ନାଁ ପକ୍କ୍କା ଘରଟିଏ,ନାଁ ଅଛି ପାଣିର ବ୍ୟବସ୍ଥା ନାଁ ଅଛି ବିଜୁଳି ଆଲୁଅ।ଏମାନଙ୍କ ପାଇଁ ଯୋଜନା ସାତ ସପନ ହୋଇପଡିଛି।ଏହି ପଡ଼ାରେ ଏକ ମାତ୍ର ନଳକୂପ ରହିଛି ତାହା ମଧ୍ୟ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି ।  ଲୋକଙ୍କ ବ୍ୟବହାର୍ଯ୍ୟ ଅଳିଆ ଆବର୍ଜନା ପାଣି ପଶି ନଳକୂପ ଭିତରକୁ ପ୍ରଵେଶ କରି ଅସ୍ୱାସ୍ଥ୍ୟକର ପରିବେଶସୃଷ୍ଟି କରିଛି । ଲୋକେ ଅନେକ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଯଦ୍ୱାରା ପଡା ବାସୀ ନିକଟରେ ଥିବା ନାଳିଆ ତଥା ପୋଖରୀ ପାଣି ବ୍ୟବହାର କରିବା ପାଇଁ ବାଧ୍ୟ ହେଉଛନ୍ତି। ବରଗଡ଼ଜିଲ୍ଲାର ପ୍ରମୁଖ ଧାନ ଉତ୍ପାଦନ କେନ୍ଦ୍ର ହେଉଛି ଅତାବିରା ଓ ଉଭୟ ବ୍ଲକ ଓ ଏନଏସିର ମାନ୍ୟତା ମଧ୍ୟ ପାଇସାରିଛି ଏହି କେନ୍ଦ୍ର। ହେଲେ ଅଞ୍ଚଳର ଅନେକ ଗାଁ ଓ ପଡା ରହିଛି ଯେଉଁଠିକି ରାସ୍ତା ଘାଟ ନାହିଁ କି ପିଇବା ପାଣି ନାହିଁ। ବିଜୁଳି ଆଲୁଅ ତ ଦୂର କଥା ଥାଉ ! ଏବେବି ଏଇ ପଡାବାସୀଙ୍କ ପିଇବା ପାଇଁ  ପାଣି ଟୋପେ  ନାହିଁ ।  ୫୦୦ମିଟର ଦୂରରେ ଥିବା ନଳକୂପକୁ ଯିବାକୁ ପଡିଥାଏ।  ସ୍ଥାନୀୟ ସରପଞ୍ଚ ଙ୍କୁ  ଅନେକ ଥର କହି ନୟାନ୍ତ ହୋଇ ସାରିଲୁଣି ବୋଲି କହନ୍ତି ପଡାବାସୀ। ଚକୁଳି ପଞ୍ଚାୟତର ଗୌର ପଡାବାସୀ ଏବେବି ବିକାଶ ଆଢୁଆଳରେ। ଦୀର୍ଘ ୬୦ବର୍ଷରୁ ଉର୍ଦ୍ଧ୍ବ ହେବ ପଡ଼ାରେ ୧୨ପରିବାର ବସବାସ କରି ଆସୁଛନ୍ତି।ଏହି ପଡ଼ାରେ ଝାରବନ୍ଦ ପୁତନାର ଭଣ୍ଡାର ପୁରୀ,ପାଇକମାଲ,ଅଡ଼ଗାଁ,ରାଜା ଖରିଆଡ଼,ବାଗମୁଡ଼ା,ଚଡେଇ ଗାଁ ଓ ଭଜପୁରୀ ଆଦି ଅଞ୍ଚଳରୁ ଆସି ବହୁ ପରିବାରର ଲୋକେ କୁଳି ମଜୁରିଆ କାମ କରି ନିଜର ପରିବାର ପୋଷଣ କରୁଛନ୍ତି । ରୋଡ଼ ଅରପାରିରେ ରହିଥିବା ନଳକୂପ ଏମାନଙ୍କ ପାଇଁ ଏକ ମାତ୍ର ଉତ୍ସ।ସରକାର ମ୍ୟାଲେରିଆ ନିରାକରଣ ପାଇଁ ମସାରି ବାଣ୍ଟିଥାନ୍ତି।ହେଲେ ଏହି ପଡାକୁ ମସାରି ଖଣ୍ଡିଏ ପାଇଁ ବାରଦୁଆର ହେଇ ଥିଲେ ହେଁ ପହଞ୍ଚି ପାରିନି ମସାରି ଟିଏ।ମୋ ପାଇଖାନା ଯୋଜନାରେ ପଡ଼ାରେ ମାତ୍ର ୨ଜଣଙ୍କୁ ମିଳିଛି।କିଛି ଘରେ କେବଳ ମିଟର ବୋର୍ଡ଼ ଲାଗି ରହିଛି।କିନ୍ତୁ ଏଯାଏଁ ବିଦ୍ୟୁତ ସଂଯୋଗ ହୋଇନାହିଁ।ତେବେ ଜିଲ୍ଲା ପ୍ରଶାସନ ଏଥିପ୍ରତି କେବେ ଦୃଷ୍ଟି ଦେବେ ଅପେକ୍ଷାରତ ପଡାବାସୀ।
ବରଗଡ଼ ରୁ ନବୀନ ଦାଶଙ୍କ ରିପୋର୍ଟ

Blog Archive

Popular Posts