Breaking News

ବିଭିନ୍ନ ପ୍ରକଳ୍ପ ଉଦଘାଟନ ସହ ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ କଲେ ମନ୍ତ୍ରୀ


  ପୁରୀ------ ଗୋପ ବ୍ଲକ ର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ର ଉଦଘାଟନ ସହ ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ କଲେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା। ବିଶେଷ କରି ମନ୍ତ୍ରୀ ପୁରୀ ଜିଲ୍ଲା ଗୋପ ବ୍ଲକ ରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ତଥା ମାର୍କେଟ କମ୍ପ୍ଲେକ୍ସ, ପାନୀୟ ଜଳ ଓ ବାର୍ଦ୍ଧକ୍ୟ ଭତ୍ତା ସହ ରାସ୍ତା ର ପ୍ରଶସ୍ତି କରଣ ଉଦଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟ ରେ ନିମାପଡ଼ା ସ୍ଥାନୀୟ ବିଧାୟକ ତଥା ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ଓ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାର କାନ୍ତି ବେହେରା ଓ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ।  ମନ୍ତ୍ରୀ ଙ୍କ ଦ୍ଵାରା       ପାଞ୍ଚ   କୋଟି ଟଙ୍କା ବ୍ୟୟ ର ଏକ ମାର୍କେଟ କମ୍ପ୍ଲେକ୍ସ ର ଶୁଭ ଦିଆଯାଇ ଥିବା ସହିତ  ଗୋପ ବ୍ଲକ୧୬୯୧   ଜଣ ନୂତନ ହୀତାଧୀକାରି ଙ୍କୁ ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ କରାଯାଇଥିଲା  ।
ପୁରୀ ରୁ ଜୟନ୍ତ କୁମାର ସେଠୀ

Blog Archive

Popular Posts