ଅଳ୍ପକେ ରକ୍ଷା ପାଇଗଲେ ୪ ଜଣକାର ଯାତ୍ରୀ
ସାକ୍ଷୀଗୋପାଳ ---- ପୁରୀ ଭୁବନେଶ୍ୱର ନଂ ୩୧୬ ଜାତୀୟ ରାଜପଥର ସାକ୍ଷୀଗୋପାଳ କାଞ୍ଜିଆ ବ୍ରିଜ ଓ ରୁଦ୍ରାଣୀ ଡାବା ନିକଟରେ ଏକ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ସୁଚନାଯୋଗ୍ୟ ଯେ ପୁରୀରୁ ଓଡି. ୦୫, ଭି. ୬୮୯୪ ଏକ କାର ଯୋଗେ ୪ ଜଣ ଯାତ୍ରୀ କଟକ ବିଡାନାସୀ ଅଭିମୁଖେ ଯାଉଥିଲେ । ଘନ କୁହୁଡି ସାଙ୍ଗକୁ ଡ୍ରାଇଭରର ଆଖି ପଡି ଯିବାରୁ କାରଟି ରୋଡ ଡିଭାଇଡ ଉପରେ ଚଡି ପାଖରେ ଥିବା ଏକ ନଳା ଭିତରକୁ ପଶି ଯାଇଥିଲା । ଯାହା ଫଳରେକି ଗାଡିଟି ନ ଓଲଟି ଡ୍ରେନ ପରିସରରେ ଓହଳିବା ଅବସ୍ଥାରେ ରହିଯାଇଥିଲା । ମାତ୍ର ବଡ ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଯାଇଛି । ଏହା ଦେଖି ସ୍ଥାନୀୟ ଲୋକମାନେ ସେଠାରେ ପହଞ୍ଚିଥିଲେ । ଯାହା ଫଳରେକି ୪ଜଣ ଯାତ୍ରୀଙ୍କୁ ଉଦ୍ଦାର କରିଥିଲେ । ସତ୍ୟବାଦୀ ପୋଲିସ ଖବର ପାଇ ଦୁର୍ଘଟଣା ଗସ୍ତ ଗାଡିକୁ ଜବତ କରି ତଦନ୍ତ ଜାରି ରଖିଛନ୍ତି ।
ସାକ୍ଷୀଗୋପାଳରୁ ପୂର୍ଣ୍ଣାନନ୍ଦ ତ୍ରିପାଠୀ