Breaking News

ବରକେରା ଉଚ୍ଚ ବିଦ୍ୟାଳୟରେ ଜାତୀୟ ବିଜ୍ଞାନ ଦିବସ ପାଳିତ


 ଡେଲାଙ୍ଗ -------  ଡେଲାଙ୍ଗ ବ୍ଳକର ମୁନିନ୍ଦା ଗ୍ରାମ ପଞ୍ଚାୟତର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରକେରାରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । ଏହା ସହିତ ଭରାତର ପ୍ରଥମ ରାଷ୍ଟପ୍ରତି ଭାରତ ରତ୍ନ ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କ ତିରୋଧାନ ଦିବସ ପାଳିତ ହୋଇଯାଇଛି । ଡେଲାଙ୍ଗ ବ୍ଳକରେ ଏପରି ଏକ ବିଦ୍ୟାଳୟ ଯେଉଁଠିକି ସମସ୍ତ ମହାପୁରଷ ଓ ବିଭିନ୍ନ ପର୍ବ ପର୍ବାଣୀ ସହିତ ସ୍ୱେଚ୍ଛାସେବୀ କାର୍ଯ୍ୟ କରାଯାଉ ଆସୁଛି । ଅନୁଷ୍ଠିତ ସଭାରେ ଶିକ୍ଷକ ମିଟୁ କିଶୋର ପ୍ରଧାନ ସଭାପତିତ୍ୱ କରିଥିଲେ । ବିଜ୍ଞାନ ଦିବସରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ କୁଇଜ ପ୍ରତିଯୋଗିତା କରାଯାଇଥିଲା । ନିଜ ଘରୁ ବାହାରୁଥିବା ବର୍ଜ୍ୟବସ୍ତୁ ପରିଚାଳନା , ପରିବେଶକୁ ସୁସ୍ଥ , ପ୍ରତି ପିଲା ନିଜ ଘର ବାରି ଓ ରାସ୍ତା କରରେ ଖାଲି ଥିବା ଯାଗାରେ ଗଛ ଲଗାଇ ଜନସାଧାରଣଙ୍କୁ ସଚେତନତା ବାର୍ତ୍ତା ଦେଇଥିଲେ । ବିଦ୍ୟାଳୟର ଶିକ୍ଷକ ପର୍ଶୁରାମ ସାହୁ, ସୁଧୀର କୁମାର ଜେନା, ପୁରୁଷୋତ୍ତମ ନାୟକ ଓ  ଶିକ୍ଷୟତ୍ରୀ ମଞ୍ଜୁଲତା ପ୍ରଧାନ, ମାନେ ଡଃ ଚନ୍ଦ୍ରଶେଖର ଭେଙ୍କଟରମଣ ଓ ଡଃ ରାଜେନ୍ଦ୍ର ପ୍ରସାଦଙ୍କ ଜୀବନି ଉପରେ ଆଲୋକପାତ କରିଥିଲେ । ଶେଷରେ ପିଲା ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା ।
 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts