Breaking News

୨୩ରୁ ଶିଳ୍ପ ଓ ହସ୍ତକଳା ଉଦ୍ୟୋଗୀ ପ୍ରଦର୍ଶନୀ ଆରମ୍ଭ; ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଫୁଡ ବଜାର ମୁଖ୍ୟ ଆକର୍ଷଣ

କୋଣାର୍କ---- ଭାରତ ସରକାରଙ୍କ କ୍ଷୁଦ୍ର, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ ପ୍ରତିଷ୍ଠାନ, କଟକ ,  ଓଡିଶା ସରକାରଙ୍କ କ୍ଷୁଦ୍ର ଲଘୁ ଏବଂ ମଧ୍ୟମ ଉଦ୍ୟୋଗ ବିଭାଗ ଓ ଓଡିଶାର ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଉତ୍ପାଦକ ସଙ୍ଘ (ଅରୁପା)ର ମିଳିତ ସହଯୋଗରେ ଆସନ୍ତା୨୩ ତାରିଖରୁ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ୮ଦିନ ବ୍ୟାପି କୋଣାର୍କରେ ଅନୁଷ୍ଟିତ ଶିଳ୍ପ ଓ ହସ୍ତକଳା ଉଦ୍ୟୋଗୀ ପ୍ରଦର୍ଶନୀ ହେବ ।  ଅର୍କଶ୍ରୀ ସହଯୋଗରେ ସ୍ଥାନୀୟ ରିଙ୍ଗ୍‌ରୋଡ ନିକଟରେ ଏହି ଉଦ୍ୟୋଗୀ ପ୍ରଦର୍ଶନୀ ଅନୁଷ୍ଟିତ ହେବ । ପ୍ରତ୍ୟହ ସକାଳ ୮ଟାରୁ ରାତି ୮ଟାପର୍ଯ୍ୟନ୍ତ ପ୍ରଦର୍ଶନୀ ଖୋଲା ରହିବ । ଏଥିରେ ହସ୍ତବୁଣା, ଶାଢିଠାରୁ ଆରମ୍ଭ କରି ହାତ ତିଆରି ବିଭିନ୍ନ ସୌଖିନ ବ୍ୟବହାର୍ଯ୍ୟ ଏବଂ ସୌନ୍ଦର୍ଯ୍ୟ ପୂର୍ଣ୍ଣ ସାମଗ୍ରୀଗୁଡିକକୁ ସୁଲଭ ମୂଲ୍ୟରେ ଗ୍ରାହକମାନେ କିଣିପାରିବେ । ଏହି ଅବସରରେ ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା ସହିତ ଫୁଡ ବଜାରର ଆନନ୍ଦ ମଧ୍ୟ ନେଇପାରିବେ ସ୍ଥାନୀୟ ଲୋକେ ଓ ପର୍ଯ୍ୟଟକମାନେ । ଏନେଇ କୋଣାର୍କ ଶୋଭନୀୟ ଶିକ୍ଷାଶ୍ରମଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନିରେ ସୂଚନା ଦେଇଛନ୍ତି ଅରୂପାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଶୋକ କୁମାର ସାହୁ ଓ ଅରୂପାର ଉପଦେଷ୍ଟା ସମ୍ପାଦକ ଉମେଶ ଚନ୍ଦ୍ର ସ୍ୱାଇଁ । 
କୋଣାର୍କରୁ ଅଜିତ କୁମାର ମଲିକ 

Blog Archive

Popular Posts