ଡେଲାଙ୍ଗରେ ପ୍ରିମିୟର କ୍ରିକେଟ ଟୁର୍ଣ୍ଣାମେ ପଞ୍ଚମ ଦିବସ
ଡେଲାଙ୍ଗ ---- ଡେଲାଙ୍ଗ ବ୍ଳକର ଗୁଆଳିପଡା ଗ୍ରାମ ପଞ୍ଚାୟତର ଗୁଡୁପାଇଲୋ ଗ୍ରାମ ପଡିଆରେ ଗୁଡୁପାଇଲୋ କ୍ରିକେଟ କ୍ଳବ ଟୁର୍ଣ୍ଣମେଣ୍ଟ ପକ୍ଷରୁ ୨ୟ ବାର୍ଷିକ ପ୍ରିମିୟର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଆଜି ତାର ପଞ୍ଚମ ଦିବସ । ପ୍ରଥମ ମ୍ୟାଚ ଭିଲେଜ ଓରିୟର ଓ ରାଇଜିଙ୍ଗ ଷ୍ଠାର କ୍ରିକେଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ରାଇଜିଙ୍ଗ ଷ୍ଠାର କ୍ରିକେଟ ଦଳ ବ୍ୟାଟିଂ କରି ୧୨ ଓଭରରେ ୫ ଉଇକେଟ ହରାଇ ୯୬ ରନ କରିଥିଲେ । ଜବାବରେ ଭିଲେଜ ଓରିୟର କ୍ରିକେଟ ଦଳ ୯ଓଭର ୨ଟି ବଲରେ ସମସ୍ତ ଉଇକେଟ ହରାଇ ୭୫ ରନ କରିଥିଲେ । ସେହିପରି ଅନ୍ୟ ଏକ ମ୍ୟାଚରେ ମହାବୀରି କ୍ରିକେଟ ଓ ସ୍ପାଟନ ଷ୍ଟାଇକର କ୍ରିକେଟ କ୍ଳବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ମହାବୀରି ଦଳ ବ୍ୟାଟିଂ କରି ୧୨ ଓଭରରେ ୭ ଉଇକେଟ ହରାଇ ୬୪ ରନ କରିଥିଲେ । ଜବାବରେ ଷ୍ପାଟନ ଷ୍ଟାଇକର କ୍ରିକେଟ ଦଳ ୧୦ ଓଭର ୩ ଉଇକେଟ ହରାଇ ୬୬ ରନ କରି ବିଜୟି ହୋଇଛନ୍ତି । ବିରେନ୍ଦ୍ର କୁଅଁର ଓ ରଶ୍ମିରଞ୍ଜନ ବେହେରା ମ୍ୟାଚ ପରିଚାଳନା କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି