ବଳଙ୍ଗା ରେ ଦନ୍ତା ହାତୀ ଆତଙ୍କ : ୪ମୃତ୍ଯୁ ୧୫ ଆହତ
ପିପିଲି----- ପିପିଲି ଥାନା ଅନ୍ତର୍ଗତ ବଳଙ୍ଗା ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ସୃଷ୍ଟି କରିଛି । ଶନିବାର ଦିନ ଡେଲାଙ୍ଗର କୁମୁକା ଜଙ୍ଗଲ ରେ ଥିଲେ । ଆଜି ସକାଳେ ହାତୀ ବଳଙ୍ଗା ଅଞ୍ଚଳର ଗୋପିନାଥପୁର ଗ୍ରାମର ଯୁଗଳ କିଶୋର ଭଟ୍ଟ ( ୬୦)ଙ୍କୁ ହାତୀ ହତ୍ୟା କରିଛି । ସେହିପରି ଚନ୍ଦ୍ରାଦେଇପୁର ଗ୍ରାମର ମକରା ପଲେଇଙ୍କୁ ହାତୀ ଆକ୍ରମଣ ମାରିଛି । ଅନ୍ୟ ପକ୍ଷେ ରାଜତେଇ ପୁର ଗ୍ରାମର ଚୈତନ୍ୟ ସାହୁଙ୍କୁ ହାତୀ ମାରିଥିବା ଜଣାପଡିଛି। ସେହିପରି ଅନ୍ୟ ୧୩ଜଣ ଗୁରୁତର ଆହତ ହୋଇ ଭୁବନେଶ୍ୱର ଓ ବଳଙ୍ଗା, ପିପିଲି ମେଡିକାଲ ରେ ଚିକିତ୍ସା ହେଉଥିବା ଜଣାପଡିଛି । ଖବର ଜଙ୍ଗଲ ବିଭାଗ ଙ୍କୁ ଜଣାଇ ଦିଆ ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କେହି ପହଞ୍ଚି ନାହାନ୍ତି । ପିପିଲି ଓ ବଳଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଜଙ୍ଗଲ ବିଭାଗର ଅପରାଗତ ଯୋଗୁଁ ଚାରି ଜଣ ମରିଥିବା ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ ଡେଲାଙ୍ଗ ରେ ହାତୀ ପଲ ଥିଲେ ମଧ୍ୟ ଜଙ୍ଗଲ ବିଭାଗ ଗୋଟିଏ ହାତୀ ବୋଲି କହିଥିଲେ । ଅନ୍ୟ ପକ୍ଷରେ ହାତୀ ଯଦି ଜଙ୍ଗଲ ଛାଡ଼ି ଜନବସତି ଆଡ଼କୁ ମୁହାଁଇଲେ ସେ ସମୟରେ ବନ ବିଭାଗ କୈାଣସି ସୁଚନା ଦେଲେ ନାହିଁ ଯାହା ଫଳରେ ଚାରି ଜଣଙ୍କ ର ମୃତ୍ୟୁ ହୋଇଛି ।