Breaking News

ଗଦାଧର ଓ ଜିତୁ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ; କଳାଖଣ୍ଡ କିକ୍ରେଟ କ୍ଳବ ଚମ୍ପିୟାନ

 ବରୀ ----ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ସ୍ୱାଇଁଖଣ୍ଡ ପଞ୍ଚାୟତ କୁଶବଟ ଗ୍ରାମର ପଣ୍ଡା ବ୍ରଦର ଖେଳ ପଡିଆଠାରେ ଗଧାଧର ଓ ଜିତୁ ମେମୋରିଆଲ କ୍ରିକେଟ ଟୁଣ୍ଣାମେଣ୍ଟମହାସମାରୋହରେ ଉଦଯାପିତ ହୋଇଯାଛି । ଏହି ଗ୍ରାମାଞ୍ଚଳ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ୧୬ ଗୋଟି ଦଳ ଅଂଶ ଗ୍ରହଣ କରିଥିଲେ ।  ଫାଇନା ମ୍ୟାଚ୍ ରେ କଳାଖଣ୍ଡ ସହିତ ଅରାବଳ   କ୍ରିକେଟ କ୍ଳବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । କଳାଖଣ୍ଡ ପ୍ରଥମେ ଟଚ୍ ଜିତି ବ୍ୟାଟିଙ୍ଗ କରି ନିଦ୍ଧାରିତ ୨୦ ଓଭର ଖେଳି ୫ ଉଇକେଟ ହରଇ ୨୫୩ ରନ ସଂଗ୍ରହ କରିଥିଲେ । ତାହାର ଜବାବରେ ସବୁଜ ସାଥି ଅରାବଳ କ୍ରିକେଟ ଟିମ୍ ସମସ୍ତ ଉଇକେଟ ହରାଇ ୧୮୭ ରନ କରି ପରାଜୟ ହୋଇଥିଲା । ଏହି ଫାଇନାଲ ମ୍ୟାଚରେ କଳାଖଣ୍ଡ କ୍ରିକେଟ କ୍ଳବ ୬୬ ରନରେ ବିଜୟ ଲାଭ କରିଥିଲା । ପୁରସ୍କାର ବିତରଣ ଉତ୍ସବରେ  ମୂଖ୍ୟ ଅତିଥି ଭାବେ ବିଭୁତି ଭୂଷଣ ଜେନା ,ସମ୍ମାନିତ ଅତିଥି ଭାବେ ଗୋଳକୁଣ୍ଡ ସରପଞ୍ଚ ଶରତ ଜେନା,ଅକ୍ଷୟ କୁମାର ଜେନା,ସମାଜ ସେବୀ କୁଳମଣି ପଣ୍ଡା,ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଆନନ୍ଦ ଚନ୍ଦ୍ର ଜେନା ପ୍ରମୁଖ ଯୋଗଦେଇ ଉଭୟ ଦଳକୁ  ଟ୍ରଫି ପ୍ରଦାନ କରିଥିଲେ । ଏହି ଖେଳକୁ ନୀଲମଣି ଜେନା ,ପ୍ରତାପ ଜେନା, ନିରଜଂନ ଜେନା ସହ ପ୍ରଫେସନାଲ କ୍ରିକେଟ କ୍ଲବର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।
 ଯାଜପୁର ବରୀରୁ ଦର୍ଶନ ବେହେରାଙ୍କ ରିପୋର୍ଟ

Blog Archive

Popular Posts