ଆନନ୍ଦପୁର ଗ୍ରାମରେ ଅଷ୍ଟପ୍ରହରୀ ଉଦଯାପିତ
ସାକ୍ଷୀଗୋପାଳ ---- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବଳପୁର ଗ୍ରାମ ପଞ୍ଚାୟତର ଆନ୍ଦନପୁର ଗ୍ରାମରେ ଆଜକୁ ପ୍ରାୟ ୨୦ ବର୍ଷ ହେବ ଅଷ୍ଟପ୍ରହରୀ ଓ ନାମଯଜ୍ଞ ଅନୁଷ୍ଠିତ ହୋଇଛି । ଏହା ତିନି ଦିନ ଧରି ଚାଲିଥିଲା । ଗୁରୁବାର ଅପରାହ୍ନରେ ନଗର କୀର୍ତ୍ତନ ଓ ଯମୁନା ଗାଧୁଆ ପର୍ବ ପାଳିତ ହୋଇଯାଇଛି । ବିଭିନ୍ନ ଗ୍ରାମରୁ ୮ ଟି ସଂକୀର୍ତ୍ତନ ଦଳ ଏଥିରେ ସାମିଲ ହୋଇ ହରିନାମ ଓ ନାମଯଜ୍ଞ କରିଥିଲେ । କୁସୁମେଶ୍ୱର ଗ୍ରାମର ଉଗ୍ରତାରା, ଆନନ୍ଦପୁର ଗ୍ରାମର ରାଧାକୃଷ୍ଣ, ଭାଗବତ ବାସୁଦେବ, ତାରିଣୀ, ହାଣ୍ଡଳାଇ ଆଦି ଠାକୁରାଣୀ ମଣ୍ଡପରେ ବସିଥିଲେ । ତିନିଦିନ ଧରି ଗ୍ରାମରେ ଆମିଷ ନିଷେଧ କରାଯାଇଥିଲା । ସମସ୍ତ ଘର ଆଗରେ ପୂର୍ଣ୍ଣକୁମ୍ଭ ଓ ପ୍ରଦୀପ ପ୍ରଜ୍ୱଳନ କରାଯାଇଛି । ବାବାଜି ମହେଶ୍ୱର ଦାସ ପୂଜା ଠାକୁରଙ୍କ ନୀତିକାନ୍ତି କରିଛନ୍ତି । ଏହି ଅବସରରେ ଆନନ୍ଦପୁର ଗ୍ରାମ ଏବେ ଉତ୍ସବ ମୁଖର ହୋଇପଡିଛି । ଅପରାହ୍ନରେ ସମୂହ ପ୍ରସାଦ ସେବନର କରାଯାଇଥିଲା ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି