କରୋନା ଭାଇରସରୁ ରକ୍ଷା ପାଇଁ ଜନସଚେତନତା
ସାକ୍ଷୀଗେ।।ପଳ ---- ସାରା ପୃଥିବୀରେ ଆତଙ୍କ ଖେଳାଇ ଦେଇଛି କରୋନା ଭୂତାନୁଜନିତ ସଂକ୍ରାମକ ରୋଗ । ଏଥିରେ ଶହ ଶହ ସଂଖ୍ୟାରେ ଲୋକ ମରିସାରିଲେନି । ଏହାକୁ ରୋକିବା ପାଇଁ କୌଣସି ମେଡିସିନ ବାହାରିନାହିଁ । ଏକମାତ୍ର ସଚେତନତା ହେଲେ ଏହି ରୋଗରୁ ରକ୍ଷା ପାଇ ପାରିବା ବୋଲି ଏକ ସାଇକେଲ ର୍ୟାଲି ମାଧ୍ୟମରେ ଜନସାଧାରଣଙ୍କୁ ସଚେତନତା କରାଯାଉଛି । ବୁଧବାର ସକାଳେ କଳିଙ୍ଗ ଡେୟାର ଡେଭିଲ୍ସ ସଂଗଠନର ସଭାପତି ଡ. ସତ୍ୟପିୟ ପ୍ରଧାନଙ୍କ ସହିତ ୧୯ଜଣ ଯୁବକ ଭୁବନେଶ୍ୱର ମାଷ୍ଠର କ୍ୟାଣ୍ଟିନ ଠାରୁ ପୁରୀ ଅଭିମୁଖେ ସାଇକେଲରେ ଜନସଚେତନତା କରିବା ପାଇଁ ବାହାରିଛନ୍ତି । ଏହି ସାଇକେଲ ଶୋଭାଯାତ୍ରାକୁ ପିପିଲି, ସାତଶଙ୍ଖ, ସାକ୍ଷୀଗୋପାଳ ଠାରେ ସ୍ୱାଗତ କରାଯାଇଛି । ଏଥିରେ ଭାରତର ପଞ୍ଚମ୍ୟାନ ଭାବେ ଗିନିଜିବୁକରେ ଦୁଇଥର ନାମ କରିଥିବା ଡ. ସତ୍ୟପିୟ ପ୍ରଧାନଙ୍କ ସହିତ ସ୍ୱରାଜ ରାଉତ, ନୃସିଂହ ପଣ୍ଡା, ମଳୟ ମେହର, ଯୋଗେଶ୍ୱର ନାୟକ, ଅମରେନ୍ଦ୍ର କୁମାର ବାବୁ, ରଂଜନ ପ୍ରଧାନ, ଡ. ସିର୍ଦ୍ଦାର୍ଥ ଶେଖର ସାହୁ ପ୍ରମୁଖ ସାଇକେଲ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । କ୍ଳବ ସତ୍ୟବାଦୀର ସମ୍ପାଦକ ଆଲୋଖ ଖୁଣ୍ଠିଆଙ୍କ ସହିତ ଶିକ୍ଷକ ସତ୍ୟବାଦୀ ଦାଶ, ସାମ୍ବାଦିକ ତୁଷାର ରଂଜନ ନାୟକ, ଧୀରେନ୍ଦ୍ର ସେନାପତି, ପୂର୍ଣ୍ଣନନ୍ଦ ତ୍ରିପାଠୀ, ଅମର ଶତପଥୀ ପ୍ରମୁଖ ସାକ୍ଷୀଗୋପିନାଥ ସିଂହଦ୍ୱାର ନିକଟରେ ସ୍ୱାଗତ କରାଯାଇଥିଲା । ସାକ୍ଷୀଗୋପିନାଥଙ୍କ ସେବାୟତ ଜିତେନ ମହାପାତ୍ର ସାଇକେଲ ଶୋଭାଯାତ୍ରାକାରୀ ମାନଙ୍କୁ ଠାକୁରଙ୍କ ଶିରିକପଡା ଦେଇ ସ୍ୱାଗତ କରିଥିଲେ । ଏହି ସଚେତନତା କାର୍ଯ୍ୟକ୍ରମର ଆୟୋଜକ ନେହରୁ ଯୁବ କେନ୍ଦ୍ର ପୁରୀ ଓ ଯୁବ ବ୍ୟାପର କ୍ରୀଡା ଓଡିଶା ସରକାରଙ୍କ ପକ୍ଷରୁ କରାଯାଇଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି