ନାଟ୍ୟଦୀପ ପକ୍ଷରୁ ଆୟୋଜିତ ଲୋକକଳା ମହୋତ୍ସବ ଉଦ୍ଯାପିତ
କୋଣାର୍କ-- ପ୍ରାଚୀନ ସଂସ୍କୃତିର ସ୍ମୃତି ବହନ କରୁଥିବା ଲୋକକଳା ଏବେ ଆଧୁନୀକ ସଭ୍ୟତାରେ ଧିରେ ଧିରେ ଜନମାନସରୁ
ହଜିବାରେ ଲାଗିଛି । ଉଗ୍ର ଆଧୁନିକତାର କୃରତାଡନାର ପ୍ରଭାବରେ ଓଡିଆମାନଙ୍କର ଏହି ପୁରାତନ ଲୋକକଳାର ପରମ୍ପରା ଓ ସଂସ୍କୃତି ଜନମାନସରୁ ବିଲୁପ୍ତ ହେବାରେ ଲାଗିଛି । ଏହି ଲୋକ କଳାକୁ ଜନମାନସରେ ବଞ୍ଚାଇ ରଖିବା ପାଇଁ ପୁରୀ ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ନାଟ୍ୟଦୀପ ପକ୍ଷରୁ ପ୍ରଥମ ଥର ପାଇଁ କୋଣାର୍କରେ ଲୋକକଳା ମହୋତ୍ସବ ଆୟୋଜନ କରାଯାଇଥିଲା । କୋଣାର୍କ ନଗର ହାଟ ପରିସରରେତିନିଦିନ ବ୍ୟାପି ଆୟୋଜିତ ଏହି ଲୋକକଳା ମହୋତ୍ସବ ଉଦ୍ଯାପିତ ହୋଇଯାଇଛି । ନାଟ୍ୟଦୀପର ନିର୍ଦ୍ଧେଶକ କାଳନ୍ଦିଚରଣ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସାଂସ୍କୃତିକ ସନ୍ଧ୍ୟାର କାର୍ଯ୍ୟକ୍ରମରେ ଅତିଥି ଭାବେ ସମାଜସେବୀ ହରିଶ୍ଚନ୍ଦ୍ର ଦାଶ, ସମାଜସେବୀ ବାଦଲ ଦାଶ ଓ ରାଉଳପାଟଣା ରାମଚଣ୍ଡୀ ଗ୍ରାମ୍ୟ କମିଟିର ସମ୍ପାଦକ ପ୍ରତାପ କୁମାର କାଣ୍ଡି ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ବର୍ଷିଆନ ଦାସକାଠିଆ ବାଦକ ଭ୍ରମରବର ବିଶ୍ୱାଳଙ୍କୁ ନାଟ୍ୟଦୀପ ପକ୍ଷରୁ ଲୋକକଳା ସମ୍ମାନ ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଥିଲା । ଲୋକକଳା ମହୋତ୍ସବର ଉଦ୍ଯାପନୀ ଦିବସରେ ଆୟୋଜିତ ସାଂସ୍କୃତିକ ସନ୍ଧ୍ୟାର ପ୍ରଥମପର୍ଯ୍ୟାୟରେ ନିମାପଡାର ନୃତ୍ୟାଳୟା ଓଡିଶୀ ଡ୍ୟାନସ୍ ଏକାଡେମୀ ଅନୁଷ୍ଠାନର ଶିଳ୍ପୀମାନେ ବିଘ୍ନବିନାଶକ ସିଦ୍ଧିଦାତା ଗଜାନନଙ୍କ ଉପରେ ଓଡିଶୀ ନୃତ୍ୟ ପରିବେଷଣ କରିଥିବା ବେଳେ ନିମାପଡାର ନଟରାଜ ଡ୍ୟାନ୍ସ ଗୃପ ପକ୍ଷରୁ ସମ୍ବଲପୁରୀ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା । ଉଦ୍ଯାପନୀ ସନ୍ଧ୍ୟାର ଶେଷ କାର୍ଯ୍ୟକ୍ରମରେ କୋଣାର୍କର ନିକଟସ୍ଥ ରାଉଲପାଟଣା ଗ୍ରାମର ବର୍ଷିଆନ ଦାସକାଠିଆ କଳାକାର ଭ୍ରମରବର ବିଶ୍ୱାଳ ଦାଶକାଠିଆ ବାଦନ କରିଥିଲେ । ତ୍ରିଦୀବସୀୟ ସାଂସ୍କୃତିକ ସନ୍ଧ୍ୟାର କାର୍ଯ୍ୟକ୍ରମକୁ ନାଟ୍ୟଦୀପ ଅନୁଷ୍ଠାନର ଉପ-ନିର୍ଦ୍ଧେଶକ ନିତ୍ୟାନନ୍ଦ ମହାରଣା ସଂଯୋଜନା କରିଥିବା ବେଳେ ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ସୂର୍ଯ୍ୟମନ୍ଦିର ଭ୍ରମଣେରେ ଆସିଥିବା ଦେଶ ବିଦେଶର ପର୍ଯ୍ୟଟକଙ୍କ ସମେତ ସ୍ଥାନୀୟ କଳାପ୍ରେମିମାନେ ମନଭରି ଉପଭୋଗ କରିିଥିଲେ ।
କୋଣାର୍କରୁ ଅଜିତ କୁମାର ମଲିକ