Breaking News

ଭାଇ ହବ ତ ଏମିତି; ସାନ ଭାଇର ମୃତ୍ୟୁ ଖବର ଶୁଣି ବଡ ଭାଇର ମୃତ୍ୟୁ


ଡେଲାଙ୍ଗ----- ପୁରୀ ଜିଲ୍ଲାର ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ସାଉରିଆ ଗ୍ରାମ ପଞ୍ଚାୟତର ଓଉପଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି । ସାନ ଭାଇର ମୃତ୍ୟୁ ଖବର ଶୁଶି ବଡ ଭାଇର ମୃତ୍ୟୁ ହୋଇଯାଇଛି । ମୃତ୍ୟୁ କେତେବେଳେ କେଉଁ ସମୟରେ ଆସିବ କେହି କହି ପାରିନାହାନ୍ତି । ସୁଚନାଯୋଗ୍ୟ ଯେ ଓଉପଡା ଗ୍ରାମର ଅଭିମନ୍ୟୁ ମାର୍ଥା (୮୫) ସକାଳେ ଜଳଖିଆ ଖାଇସାରିବା ପରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା । ସେ ସମୟରେ ବଡ ଭାଇ ରଘୁ ମାର୍ଥା(୯୦) ଖାଉଥିବା ବେଳେ ଏ ଖବର ଶୁଣି ସେ ମଧ୍ୟ ସେଠାରେ ଟଳି ପଡିଥିଲେ । ଏହି ଖବର ପ୍ରସାରିତ ହେବାପରେ  ସ୍ଥାନୀୟ ଲୋକମାନେ ଜମା ହୋଇଥିଲେ । ଇଶ୍ୱରଙ୍କ ବିଧାନ ବଡ ବିଚିତ୍ର ବୋଲି କହିଛନ୍ତି । ଦୁଇ ଭାଇଙ୍କ ଶବକୁ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିବା ପରେ ପୁରୀ ସ୍ୱର୍ଗଦ୍ୱାର ଠାରେ ଅନ୍ତିମ ସଂସ୍କାର କରାଯାଇଛି । ଲେକମାନେ କହୁଛନ୍ତି ଭାଇ ହେବ ତ ଏମିତି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts