Breaking News

ମହାବୀର କ୍ରିକେଟ କପ ଟୁର୍ଣ୍ଣାମେଣ୍ଟ; ଡେଲାଙ୍ଗ ଇଲେଭେନ ଷ୍ଠାର ( ପ୍ରଭାତ କ୍ଳବ) ଚମ୍ପିୟାନ

ଡେଲାଙ୍ଗ---- ମହାବୀର କ୍ରିକେଟ କପ ଟୁର୍ଣ୍ଣାମେଣ୍ଟଡେଲାଙ୍ଗ ଇଲେଭେନ ଷ୍ଟାର ( ପ୍ରଭାତ କ୍ଳବ) ୬୦ ରନରେ ବିଜୟୀ ହୋଇ ଏ ବର୍ଷର ଚମ୍ପିୟାନ ହୋଇଛି । କାକେଟେଶ୍ୱର ୟୁଥ କ୍ଳବ କାକଟପୁର ଏହି ମ୍ୟାଚର ଆୟୋଜକ ଥିଲେ ।  ଏଥିରେ ୧୬ଟି ଦଳ ଯୋଗ ଦେଇଥିଲେ । ଫାଇନାଲ ମ୍ୟାଚ ଡେଲାଙ୍ଗ ଇଲେଭେନ ଷ୍ଟାର( ପ୍ରଭାତ କ୍ଳବ)  ଓ ପିପିଲି କିଙ୍ଗ କିକେଟ ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା ପ୍ରଥମେ ଡେଲାଙ୍ଗ ଦଳ ବ୍ୟାଟିଂ କରି ୧୦ ଓଭରରେ ୬ ଉଇକେଟ ହରାଇ ୧୦୫ ରନ କରିଥିଲେ । ଜବାବାରେ ପିପିଲି କିଙ୍ଗ କିକେଟ ଦଳ ୧୦ ଓଭରରେ ୯ ଉଇକେଟ ହରାଇ୪୫ ରନ କରିଥିଲେ । ମ୍ୟାନ ଅଫ ଦି ମ୍ୟାଚ ଶୁସାନ୍ତ ବିଶ୍ୱାଳ ଓ ମ୍ୟାନ ଅଫ ଦି ସିରିଜି ବିଜୟ କୁମାର ସାହୁଙ୍କ ନାମ ଘୋଷଣା କରାଯାଇଥିଲା । ଖେଳ ପରିଚାଳନା କରିଥିଲେ ଆଖଣ୍ଡମଣି ତ୍ରିପାଠୀ ଓ ପ୍ରଦୀପ କୁମାର ଦୀକ୍ଷିତ ।  ଉଦଯାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ପ୍ରମୁଖ ଯୋଜଦେଇ ଚମ୍ପିୟାନ  ଡେଲାଙ୍ଗ ଦଳକୁ ୧୫ ହଜାର ଟଙ୍କା ଓ ଟ୍ରଫି ଦିଆଯାଇଥିବା ବେଳେରନସ ଦଳ ପିପିଲିକୁ ୮ ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରିଥିଲେ  । ରାଜେଶ କୁମାର ଦୀକ୍ଷିତ, ସୂର୍ଯ୍ୟ କୁମାର ଦୀକ୍ଷିତ, ନବୀନଶଙ୍କର ଦୀକ୍ଷିତ, ପବିତ୍ର ଦୀକ୍ଷିତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Blog Archive