Breaking News

ସତ୍ୟବାଦୀ ବ୍ଳକରେ ଜନଶୁଣାଣି ; ୬୧ଟି ଅଭିଯୋଗ . କାର୍ଯ୍ୟନୁଷ୍ଠାନ ଶୂନ୍ୟ

ସାକ୍ଷୀଗୋପାଳ ------- ସତ୍ୟବାଦୀ ବ୍ଳକ ପରିସରରେ ଏଡିଏମଙ୍କର ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ୬୧ଟି ଅଭିଯୋଗ ଆସିଥିଲେ ମଧ୍ୟ ସେଥି ମଧ୍ୟରୁ ଗୋଟିଏ କେସବି ଫଇସଲା ହୋଇ ପାରିନଥିବା ଜଣାପଡିଛି । ଏଡିଏମ ପ୍ରଦୀପ୍ତ କୁମାର ସାହୁ, ଡେପୁଟି ଜିଲ୍ଲାପାଳ ମନୋଜ କୁମାର ନ୍ରାୟକ, ଅତିରିକ୍ତ ଏସପି ପ୍ରତାପ କୁମାର ସ୍ୱାଇଁ, ପିପିଲି ଏସଡିପିଓ ଦେବଦତ୍ତ ବରାଳ, ଡିପିସି ସୌନ୍ଦଜ୍ୟ ମଞ୍ଜରୀ ଦାସ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ପ୍ରତିନିଧି ଭାବେ ଡ. ବିରାଜ ଶଙ୍କର ରଥ, ସତ୍ୟବାଦୀ ତହସିଲଦାର କସ୍ତୁରୀ ପ୍ରଧାନ, ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ , ବିଡିଓ ସରୋଜ କୁମାର ଦତ୍ତପ୍ରମୁଖ ଉପସ୍ଥିତ ରହି ଲେକମାନଙ୍କ ଅଭିଯୋଗ ଗୁଡିକ ଶୁଣାଣି କରିଥିଲେ । ଏହା ଏକ ଜିଲ୍ଲା ପ୍ରଶାସନର ପ୍ରହସନ ବୋଲି ଲେକମାନେ ଅଭିଯୋଗ କରି ଫେରିବା ପରେ ବାହାରେ ଆଲେଚନା କରିଥିଲେ । ସାଣ୍ଢାରା ଶାସନ ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରଦୀପ ନାୟକ ଅଭିଯୋଗ ଆଣିଥିଲେ ଯେ ତାଙ୍କ ପଞ୍ଚାୟତରେ ନଳକୂପ ଗୁଡିକ ଅଚଳ ହୋଇ ପଡିଥିଲେ ମଧ୍ୟ ଯନ୍ତ୍ରପାତି ନଥିବାରୁ ମରାମତି ହୋଇ ପାରିନାହିଁ । ସେହିପରି ପଞ୍ଚାୟତରେ କରାଯାଇଥିବା ପାଇଖାନା ଘର ଗୁଡିକର ବିଲ ହୋଇ ପାରୁନାହିଁ । ଶ୍ରୀରାମଚନ୍ଦ୍ରପୁର ସରପଞ୍ଚ ମଳୟ ମଞ୍ଜରୀ ମୁଦୁଲି ସେ ମଧ୍ୟ ଅଭିଯୋଗ କରିଛନ୍ତି ତାଙ୍କ ପଞ୍ଚାୟତରେ ଦୁଇବର୍ଷ ହୋଇଗଲାଣି ନଳକୂପ ମରାମତି ଓ କାମ ହେଇଥିଲେ ମଧ୍ୟ ବିଲ ହୋଇ ପାରୁନାହିଁ ।  ସତ୍ୟବାଦୀ ବ୍ଳକରେ ଓ. ଏଲ. ଏମ ବିଭାଗରେ ବ୍ୟାପକ ଦୁର୍ନୀତି କରାଯାଇଛି ବୋଲି ପେଣ୍ଠପଡା ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଦେବେନ୍ଦ୍ର ମହାପାତ୍ରଙ୍କ ନେତୃତ୍ୱରେ ଜୟନ୍ତୀ ମହାପାତ୍ର, ନେତ୍ରମଣୀ ସାହୁଙ୍କ ସହିତ ପ୍ରାୟ ଶତାଧିକ ମହିଳା ଅଭିଯୋଗ ଆଣିଥିଲେ । ବଳପୁର ଗ୍ରାମର ଭ୍ରମର ବେହେରା ବାତ୍ୟାରେ ଘର ଭାଙ୍ଗି ଯାଇଥିଲେ ମଧ୍ୟ ସରକାରୀ ସାହାର୍ଯ୍ୟରୁ ବଞ୍ଚିତ ବୋଲି ଅଭିଯୋଗ କରିଥିଲେ ।  ବିଶେଷକରି କାଳିଆ, ବାତ୍ୟାରେ ଘରଭଙ୍ଗା ସାହାର୍ଯ୍ୟରୁ ବଞ୍ଚିତ, ଜମିଜମା, ରାଶନ କାର୍ଡ, ଭତ୍ତା, ଉଦ୍ୟାନ ବିଭାଗ, କୃଷି, ଶସ୍ୟ ବୀମା,  ବିଦ୍ୟୁତ ବିଭାଗ, ଜଳସେଚନ, ଶିକ୍ଷ. ଶିଶୁ ମହିଳା ଆଦି ଅଭିଯୋଗ ଆସିଥିଲା । ସୂର୍ଯ୍ୟ କୁମାର ରଥ ଜିଲ୍ଲାପାଳଙ୍କ ଅଭିଯୋଗ ବିଭାଗର ଅଧିକାରୀ ଜନଶୁଣାଣି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ ବ୍ଳକର କର୍ମଚାରୀ ବିଭିନ୍ନ ଗ୍ରାମ ପଞ୍ଚାୟତର ସରପଞ୍ଚ ମାନେ ଉପସ୍ଥିତ ରହିଥିଲେ । ଲୋକମାନଙ୍କ ଠାରୁ ବିଭିନ୍ନ ଅଭିଯୋଗ ଶୁଣିବା ସହ ଅଧିକାରୀ ମାନଙ୍କୁ ତୁରନ୍ତ ଏହାର ସମାଧାନ କରିବା ପାଇଁ ଏଡିଏମ ଶ୍ରୀ ସାହୁ ଓ ଅନ୍ୟ ଅଧିକାରୀ ମାନେ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive