ବରଗଡ଼ଜିଲ୍ଲାର ୨ଜଣଙ୍କୁ "ସାରସ୍ୱତ ସମ୍ବାନ"ରେ ସମ୍ମାନିତ ହେଲେ
ବରଗଡ଼---- ବରଗଡ଼ ଜିଲ୍ଲାର ୨ଜଣଙ୍କୁ "ସାରସ୍ୱତ ସମ୍ବାନ"ରେ ସମ୍ମାନିତ କରାଯାଇଛି ।ଶିକ୍ଷା, ସେବା ତଥା ବିଭିନ୍ନ କ୍ଷେତ୍ରରେ ବିଶିଷ୍ଟ ଅବଦାନ ପାଇଁ ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଟୋପ ହାଇସ୍କୁଲର ବିଜ୍ଞାନ ଶିକ୍ଷୟିତ୍ରୀ ଅନୁସୂୟା ଦେବତା ଏବଂ ସମାଜସେବୀ ବିରେନ୍ଦ୍ର ମିଶ୍ରଙ୍କୁ "ସାରସ୍ୱତ ସମ୍ବାନ" ୨୦୨୦ ପାଇଁ ସମ୍ବର୍ଦ୍ଧିତ କରାଯାଇଛି। କନ୍ଧମାଳ ଜିଲ୍ଲା ଫୁଲବାଣୀରେ ବନଜୋସ୍ନା ସାହିତ୍ୟ ସଂସଦର ଅଷ୍ଟବିଂଶ ତମ ବାର୍ଷିକ ଉତ୍ସବ ତଥା ସାଂସ୍କୃତିକ ମେଳା ଅବସରରେ ବିଭିନ୍ନ ସାହିତ୍ୟ ପ୍ରେମୀ ଏବଂ ସୃଜନାତ୍ମକ ରଚନା ପାଇଁ ଚଳିତ ବର୍ଷ ଏହି ସମ୍ବାନ ପ୍ରଦାନ କରାଯାଇଥିଲା।ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ କନ୍ଧମାଳ ପ୍ରକଳ୍ପ ଅଧିକାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବନଜୋସ୍ନାର ସଭାପତି ପ୍ରଫେସର ତୀର୍ଥ ଜାନୀ,ଉପ ସଭାପତି ଡକ୍ଟର ପୂର୍ନେନ୍ଦୁ ତ୍ରିପାଠୀ,ଶ୍ରୀ ଶରତ ଚନ୍ଦ୍ର ମହାନ୍ତି ସମ୍ବାନୀତ ଅତିଥି ରୂପେ ଯୋଗ ଦେଇଥିଲେ । ବନ ଜୋସ୍ନାର ସଂପାଦକ ଡକ୍ଟର କାହ୍ନୁ ଚରଣ ଶତପଥି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ସମଗ୍ର ଓଡିଶାର ବିଭିନ୍ନ ଜିଲ୍ଲାର ସାହିତ୍ୟ କ୍ଷେତ୍ରରେ ଅବଦାନ ରହିଥିବା କବି ଓ କବିୟତ୍ରୀ,ଗାଳ୍ପିକ, ଶିଶୁ ସାହିତ୍ୟିକ ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିବାବେଳେ ବରଗଡ଼ ଜିଲ୍ଲାରୁ ୨ଜଣ ସମ୍ବାନିତ ହୋଇ ଅଞ୍ଚଳକୁ ଗର୍ବ ଓ ଗୌରବ ଆଣିଛନ୍ତି।