Breaking News

ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ କୁଜଙ୍ଗରେ କବିତା ପାଠ ଓ ଆଲୋଚନା ଚକ୍ର

କୁଜଙ୍ଗ-----  କୁଜଙ୍ଗ ସୂଚନାକେନ୍ଦ୍ର ପରିସରରେ ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ କବିତା ପାଠ ଓ ଗାନ୍ଧିଜୀଙ୍କ ସ୍ୱପ୍ନର ଗାଁ ଶିର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଜଗତ୍‌ସିଂହପୁର ଜିଲ୍ଲା ଏକାଡେମୀ ସଦସ୍ୟ ସ୍ତମ୍ଭକାର ଅକ୍ଷୟ କୁମାର ରାଉତଙ୍କ ପୌରହିତରେ ଉକ୍ତ କାର୍ଯ୍ୟକ୍ରମକୁ ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଡା. ଦାମୋଦର ରାଉତ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉତ୍ସବକୁ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦ୍‌ଘାଟନ କରି ଗାନ୍ଧିଜୀ ଗ୍ରାମ ସ୍ୱରାଜ ପାଇଁ ଗ୍ରାମର ବିକାଶ ଉପରେ ଗୁରୁତ୍ୱ ଦେଉଥିଲେ । ଶରୀର ଶ୍ରମ, ସ୍ୱଧ୍ୟାୟ ଓ ସ୍ୱାବଲମ୍ବନ ଥିଲା ମହାତ୍ମାଙ୍କ ରଚନାତ୍ମକ କାର୍ଯ୍ୟକ୍ରମର ଅଂଶ ବିଶେଷ । ଯାହା ପ୍ରଚାର ପ୍ରସାର ପାଇ ସ୍ୱାଧୀନତା ସଂଗ୍ରାମକୁ ପ୍ରଭାବିତ କରିଥିଲା । ଏହା ପରବର୍ତ୍ତୀ କାଳରେ ଭାରତୀୟ ମାନଙ୍କ ଜୀବନରେ ମାର୍ଗ ଦର୍ଶନର ପାଲଟି ଆଜି ବିଶ୍ୱ ସାହିତ୍ୟକୁ ରୁପାନ୍ତରିତ ହୋଇଛି ବୋଲି ଶ୍ରୀ ରାଉତ କହିଥିଲେ । ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ କବି ପୀତାମ୍ବର ତରାଇ ମୁଖ୍ୟ ବକ୍ତାଭାବେ ଯୋଗଦେଇ ମହାତ୍ମା ମା , ମାଟି ଓ ମଣିଷକୁ ଭଲ ପାଇବା ସଙ୍ଗେ ସଙ୍ଗେ ମାନବ ବାଦ ଓ ମମତାବୋଧ ପ୍ରତି ହୃଦୟରେ ସୃଷ୍ଟି କରିପାରିଥିଲେ । ଯାହା ଜନଜୀବନର କଳାତ୍ମକ ଦିଗକୁ ଉନ୍ମୋଚିତ କରିବା ସହିତ ତାଙ୍କର ତିରୋଧାନ ପରେ ବିଶ୍ୱ ସାହିତ୍ୟକୁ ରୁଦ୍ଧିବନ୍ତ କରିଛି । ସମ୍ମାନିତ ଅତିଥିଭାବେ ପ୍ରଧ୍ୟାପକ ହିମାଂଶୁ ଶେଖର ଆଚାର୍ଯ୍ୟ, ଓଡିଶା ସାହିତ୍ୟ ଏକାଡେମୀ ଢ଼େଙ୍କାନାଳର ସଦସ୍ୟ ପଣ୍ଡିତ ମନୋରଞ୍ଜନ ନନ୍ଦ, ଆମ ଗାଁ ସାହିତ୍ୟ ସଂସଦର ସଭାପତି କବି ଅଲେଖ ବେହେରା, ସାମ୍ବାଦିକ ତଥା କବି ହରିଗୁରୁ ଦାସ ପ୍ରମୁଖ ଯୋଗଦେଇ ବୁଦ୍ଧ ଜନ୍ମର ଅଢ଼େଇ ହଜାର ବର୍ଷ ପରେ ଆଉ ଜଣେ ଭାରତୀୟ ଭାରତ ମାଟିରେ ଜନ୍ମ ହୋଇ ସମଗ୍ର ବିଶ୍ୱପାଇଁ ଯେଉଁ ପ୍ରେମ ଓ ଅହିଂସାର ବାର୍ତ୍ତା ଛାଡିଯାଇଛନ୍ତି ତାହା ମହାତ୍ମାଗାନ୍ଧୀଙ୍କୁ ଯୁଗ ଯୁଗ ଧରି ମାନବ ଜାତିର ହୃଦୟରେ ଅମରତ୍ୱ କରି ରଖିବବୋଲି ମତ ପୋଷଣ କରିଥିଲେ ।
ଏହି ସଭାରେ ସଭାପତିତ୍ୱ କରି ସଦସ୍ୟ ସ୍ତମ୍ଭକାର ଅକ୍ଷୟ କୁମାର ରାଉତ ନିଜ ଅଭିଭାଷଣରେ କହିଲେ ଯେ ସାହିତ୍ୟ ଏକାଡେମୀର ଏହିପରି କାର୍ଯ୍ୟକ୍ରମ ଗ୍ରାମ୍ୟ ସାହିତ୍ୟକୁ ପ୍ରଭାବିତ କରି ଗାନ୍ଧିଜୀଙ୍କ ସ୍ୱପ୍ନର ଗାଁକୁ ଲେଖକମାନଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି କହିଥିଲେ । ପ୍ରାରମ୍ଭରେ ସଭା ସଂଯୋଜକ ବିଭୂତି ଭୁଷଣ ଦାସ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବା ସହିତ ସ୍ୱାଗତ ଭାଷଣ ଦେଇଥିଲେ ।  ସମାଜସେବୀ ବିଜୟ କୁମାର ଖଟେଇ ଧନ୍ୟବାଦ ଦେଇଥିଲେ ।
ଜଗତସିଂହପୁରରୁ ପ୍ରଳୟ କୁମାର ମହାପାତ୍ର 

Blog Archive

Popular Posts