Breaking News

ନୟାଗଡ଼ ପାଇଁ ଗର୍ବ ଆଣିଥିବା କନେଷ୍ଟବଳ ସମ୍ମାନିତ


ନୟାଗଡ଼--- ନୟାଗଡ ଜିଲା ଖଣ୍ଡପଡା ବ୍ଲକ ଅନ୍ତର୍ଗତ କଣ୍ଟିଲୋ ହାଟମୁଣ୍ଡପାଟଣା ଗ୍ରାମର ସୁବ୍ରତ କୁମାର ମହାରଣା(ସିଲୁ) ତଥା ରେଲୱେ ପ୍ରୋଟେକ୍ସନ ଫୋର୍ସ(ଆରପିଏଫ) ଭୁବନେଶ୍ୱରର କନଷ୍ଟେବଳ ଭାବେ କାର୍ଯ୍ୟରତ । ଶନିବାର ସନ୍ଧ୍ୟାରେ ନିଜର ସାହସ ଏବଂ ଉପସ୍ଥିତ ବୁଦ୍ଧି ଖଟାଇ ଭୁବନେଶ୍ୱର ରେଳ ଷ୍ଟେସନରେ ଜୈନିକ ଯୁବତୀଙ୍କୁ ନିଶ୍ଚିତ ମୃତ୍ୟୁମୁଖରୁ ବଞ୍ଚାଇବା  ଦୃଶ୍ୟ ଭିଡିଓ ଭାଇରାଲ ହୋଇଥିଲା । କଣ୍ଟିଲୋ ଗ୍ରାମ ତଥା ଜିଲା ପାଇଁ ଗର୍ବ ଆଣିଦେଇଥିଲେ । ସୁବ୍ରତଙ୍କୁ ବିଭିନ୍ନ ବ୍ୟକ୍ତି ତଥା ଅନୁଷ୍ଠାନ ସମ୍ବର୍ଦ୍ଧିତ କରିଛନ୍ତି। ସୋମବାର ରେଲୱେ ପୋଷ୍ଟ ଭୁବନେଶ୍ୱରଠାରେ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀମାନଙ୍କ ଉପସ୍ଥିତିରେ କେନ୍ଦ୍ରାପଡା ଏମ୍‌ପି ଅନୁଭବ ମହାନ୍ତି ତାଙ୍କୁ ସାକ୍ଷାତ କରି ତାଙ୍କର ମାନବିକତା ପାଇଁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଛନ୍ତି। ସେହିପରି ପୂର୍ବାହ୍ନରେ ନୀଳମାଧବ ଜୀଉଙ୍କ ଦର୍ଶନରେ ଆସିଥିବା କେତେକ ଯାତ୍ରୀ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିବା ଜଣାପଡ଼ିଛି । ସୁଚନା ଯୋଗ୍ୟ ଯେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଆଇଟି ଅଧ୍ୟାପିକା ନିବେଦିତା ସାହୁ(୨୫) ଏବଂ ତାଙ୍କ ସାନଭାଇ ଢେଙ୍କାନାଳ(ମେରାମଣ୍ଡଳୀ ଷ୍ଟେଶନ) ଯିବା ପାଇଁ ଭୁବନେଶ୍ୱର ରେଳ ଷ୍ଟେସନରେ ପହଞ୍ଚିବା ବେଳକୁ ପୁରୀ-ସମ୍ବଲପୁର ଏକ୍ସପ୍ରେସ୍‌ ଟ୍ରେନ୍‌ଟି ପ୍ଲାଟଫର୍ମ ଛାଡୁଥିଲା । ନିବେଦିତାଙ୍କର ନିର୍ବନ୍ଧ ଥିବାରୁ ବ୍ୟସ୍ତତା ମଧ୍ୟରେ ଉଭୟେ ଚଳନ୍ତା ଟ୍ରେନରେ ଚଢିଯାଉଥିବା ବେଳେ ନିବେଦିତାଙ୍କ ଗୋଡ ଖସି ଯାଇଥିଲା । ଏହି ସମୟରେ ଉକ୍ତ ପ୍ଳାଟଫର୍ମରେ ଯାଉଥିବା କାର୍ଯ୍ୟରତ କନଷ୍ଟେବଳ ସୁବ୍ରତଙ୍କ ନଜର ତାଙ୍କ ଉପରେ ପଡିବାକ୍ଷଣି ସେ ଉପସ୍ଥିତ ବୁଦ୍ଧି ଖଟାଇ ଦୌଡିଯାଇ ଟ୍ରେନରେ ଓହଳି ଓ ଘୋଷାଡି ହୋଇ ଯାଉଥିବା ନିବେଦିତାଙ୍କୁ ପ୍ଳାଟଫର୍ମ ଆଡକୁ ଟାଣି ଆଣିଥିଲେ । ଫଳରେ ସେ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲେ । ସୁବ୍ରତଙ୍କ ମଣିଷ ପଣିଆ ଓ ସାହସିକତା ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି।ଏହି  ଅଧ୍ୟାପିକା ନିଜର ନିର୍ବନ୍ଧରେ ଯୋଗଦେବାପାଇଁ ସୁବ୍ରତଙ୍କୁ ଘରକୁ ନିମନ୍ତ୍ରଣ ମଧ୍ୟ ଦେଇଥିଲେ।
 ନୟାଗଡ଼ ଜିଲ୍ଲାରୁ ସୁଦୀପ୍ତ କୁମାର ଦଳେଇ

Blog Archive

Popular Posts