Breaking News

କଲ୍ୟାଣମଣ୍ଡପ ଓ ପୋଖରୀର ଶିଳାନ୍ୟାସ ଅନୁଷ୍ଠିତ


 ଡେଲାଙ୍ଗ--- ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ଅଭୟମୁଖୀ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପାଶ୍ୱର୍ରେ ୩୫ ଲକ୍ଷ ଟଙ୍କା ବ୍ୟୟରେ ଏକ କଲ୍ୟାଣମଣ୍ଡପ ନିର୍ମାଣ ପାଇଁ ଶିଳାନ୍ୟାସ ବିଧାୟକ ପ୍ରଦୀପ ମହାରଥୀଙ୍କ କରକମଳରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମବାୟବିତ୍ତ ବୈରାଗୀ ଜେନା, ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ, ଜିଲ୍ଲା ପରିଷଦ ସଭ୍ୟ ଦେବାଶିଷ ନନ୍ଦ, ବ୍ଳକର କନିଷ୍‌ଠ ଯନ୍ତର ଜଗନ୍ନାଥ ରାଉତ,  ସ୍ଥାନୀୟ ସରପଞ୍ଚ ପ୍ରସନ୍ନ ପରିଡା ଓ ଧାନକେରା ସରପଞ୍ଚ ପ୍ରସନ୍ନ ଜେନା ଓ ଗ୍ରାମର ଶତାଧିକ ମହିଳା ପୁରଷ ମାନେ ଉପସ୍ଥିତ ରହିଥିଲେ । ସେହିପରି ଉକ୍ତ ଗ୍ରାମରେ ପାନୀୟ ଜଳର ଅଭାବ ଓ ଚାଷୀ ମାନଙ୍କର ସୁବିଧା ନିମନ୍ତେ ବିଧାୟକ ତାଙ୍କ ହାତ ପାଣ୍ଠିରୁ ୫ ଲକ୍ଷ ଟଙ୍କା ବ୍ୟୟରେ କାନ ପୋଖରୀ ପୁନରୁଦ୍ଧାର କରିବା ପାଇଁ ମଧ୍ୟ ଭୂମିପୂଜା କରିଥିଲେ । 
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି  

Blog Archive

Popular Posts