Breaking News

ସର୍ବପଲ୍ଲୀ ନୋଡାଲ ବିଦ୍ୟାପୀଠର ବାର୍ଷିକ ଉତ୍ସବ


 ଡେଲାଙ୍ଗ ---- ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ଅଭୟମୁଖୀ ଗ୍ରାମ ପଞ୍ଚାୟତରେ ଥିବା ସର୍ବପଲ୍ଲୀ ନୋଡାଲ ବିଦ୍ୟାପୀଠର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଡେଲାଙ୍ଗ-- ପିପିଲିର ବିଧାୟକ ପ୍ରଦୀପ ମହାରଥୀ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉତ୍ସବ ଉଦଘାଟନ କରିଥିଲେ । ସମବାୟବିତ୍ତ ବୈରାଗୀ ଜେନା ଉତ୍ସବରେ ଅଧ୍ୟକ୍ଷତା କରିଥିଲେ । ସମ୍ମାନୀତ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ, ଜିଲ୍ଲା ପରିଷଦ ସଭ୍ୟ ଦେବାଶିଷ ନନ୍ଦ, ପ୍ରମୋଦ ଚନ୍ଦ୍ର ରଥ, ସହକାରୀ ବ୍ଳକ ଶିକ୍ଷା ଅଧିକାରୀ ଯୁଧିଷ୍ଠିର ପରିଡା, ସ୍ଥାନୀୟ ସରପଞ୍ଚ ପ୍ରସନ୍ନ ପରିଡା ଓ ଧାନକେରା ସରପଞ୍ଚ ପ୍ରସନ୍ନ ଜେନା ଯୋଗଦେଇଥିଲେ । ମୁଖ୍ୟବକ୍ତା ଭାବେ ଡ. ସୁଭେନ୍ଦ୍ର ସାହୁ ଯୋଗଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସମିତିସଭ୍ୟା ରଶ୍ମିତା ଜେନା ଓ ହରିହର ରଥ, ଉପେନ୍ଦ୍ର ପ୍ରଧାନ, ଅଜୟ ପ୍ରଧାନ, ତ୍ରିପାଥ ସେନାପତି, ଦୁଶାସନ ସାହୁ, ନିରଞ୍ଜନ ସାହୁ, ଙ୍କ ସହିତ ବିଦ୍ୟାଳୟା ପରିଚାଳନା କମିଟିର ସଦସ୍ୟସଦସ୍ୟା ମାନେ ଉପସ୍ଥିତ ରହିଥିଲେ ।  ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସର୍ବେଶ୍ୱର ବେହେରା ବାଷିକ ବିବରଣି ପାଠ କରିଥିଲେ ।  ପିଲାମାନେ ସଠିକ ମାର୍ଗରେ ଶିକ୍ଷା ଦାନ କରିବା ପାଇଁ ଯୋଗଦେଇଥିବା ଅତିଥି ମାନେ ମତ ପ୍ରକାଶ କରିଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ ସଫଳତା ଲାଭ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରଷ୍କାର ବିତରଣ କରିଥିଲେ । ଡେଲାଙ୍ଗ- ପିପିିଲିର ଉନ୍ନତୀ ଓ ସ୍ଥାନୀୟ ବିଧାୟକ ପ୍ରଦୀପ ମହାରଥୀଙ୍କ କାର୍ଯ୍ୟକ୍ରମକୁ ନେଇ ଏକ ୨୫ ମିନିଟର ଭିଡିଓ ପିଲ୍ମର ଉନ୍ମୋଚିତ କରାଯାଇଥିଲା । ଶେଷରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଶିକ୍ଷକ ସୁଧୀର କୁମାର ଜେନା ସଭା ପରିଚାଳନା କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି  

Blog Archive

Popular Posts