Breaking News

ଟୋପ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଶତାୟୁ ବାର୍ଷିକୋତ୍ସଵ


ବରଗଡ଼----- ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଟୋପ ପଞ୍ଚାୟତର ଟୋପ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଶତାୟୁ ବାର୍ଷିକୋତ୍ସଵ ପାଳିତ ହୋଇଯାଇଛି ।  ସ୍କୁଲ ପରିଚାଳନା କମିଟିର ସଭାପତି ବିଜୟ ମେହେର ଅଧ୍ୟକ୍ଷତା କରିଥିଲେ।  ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ରାଜକିଶୋର ପୁଝାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।  ସମ୍ବାନୀତ ଅତିଥି ସିଂହପାଲି ସଂଯୋଜକ ଆଞ୍ଚଳିକ ସାଧନା କେନ୍ଦ୍ରର ମନୋରଞ୍ଜନ ମିଶ୍ର ଓ ପିଠାପୁଟୋଲ ଭାର ପ୍ରାପ୍ତ ପ୍ରଧାନ ଶିକ୍ଷକ ସୁଦର୍ଶନ ଷଣ୍ଢ ମୁଖ୍ୟ ବକ୍ତା ଭାବେ ମଞ୍ଚାସିନ ଥିଲେ। ମଞ୍ଚାସିନ ଅତିଥି ମାନଙ୍କ ଦ୍ୱାରା ବାଗଦେବୀ ସରସ୍ୱତୀଙ୍କ ଫଟୋ ଚିତ୍ରରେ  ପୁଷ୍ପ ମାଲ୍ୟ ଅର୍ପଣ କରି ଦ୍ବୀପ ପ୍ରଜ୍ୱଳନ କରାଯାଇଥିଲା।ସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସହିଦ ଯବାନ ମାନଙ୍କ ପ୍ରତି ଦୁଇ ମିନିଟ ନିରବ ପ୍ରାର୍ଥନା ପରେ ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା।ମଞ୍ଚାସିନ ଅତିଥି ମାନଙ୍କୁ ପୁଷ୍ପ ଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ଶିକ୍ଷକ ରବି ବେହେରା ମଞ୍ଚ ପରିଚାଳନା କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ।ସ୍କୁଲର ପ୍ରଧାନ ଶିକ୍ଷକ ପାଣ୍ଡବ  ବାର୍ଷିକ ବିବରଣୀ ପଠନ କରିବା ସହ ସ୍କୁଲ ସମସ୍ୟା ଉପରେ ଗୁରୁତ୍ୱ ଦେବା ପାଇଁ ମତ ପ୍ରକାଶ କରିଥିଲେ।ପୂର୍ବରୁ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା ୯୬ଜଣଛାତ୍ର ଛାତ୍ରୀ ମାନଙ୍କୁ ମାନ ପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା।ସେହିପରି ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରି ଚମ୍ପିୟାନ ହୋଇଥିବା ସାହିଲ ତାଣ୍ଡି,କ୍ରିଷ୍ଣ ଗଡ଼ତିଆ, ଆଦିତ୍ୟ ଆଠଜୁଆଡ଼,ଶ୍ରଦ୍ଧାଞ୍ଜଳି ମେହେର,ପିକୁଳ ବୁଡ଼େକ,ଖୁସବୁ ମିର୍ଧା, ସୌରଭ ପ୍ରଧାନ,ସସ୍ମିତା ବୁଡେକ ଙ୍କୁ ପୁରସ୍କୃତ କରାଯାଇଥିଲା।ସେହିପରି ୨୦୧୮/୧୯ ସ୍କୋଲାରସିପ ତୃତୀୟ ଶ୍ରେଣୀ ଛାତ୍ରୀ ଶକ୍ତି ଗଡ଼ତିଆ ଓ ଅର୍ଚ୍ଚିତା ଗଡ଼ତିଆ, ପଞ୍ଚମ ଶ୍ରେଣୀ ଛାତ୍ର ଗଜାନନ ମହାପାତ୍ର ଓ ଛାତ୍ରୀ ତ୍ରିବେଣୀ ମେହେର,ନବୋଦୟରେ ଗଜାନନ ମହାପାତ୍ର,ପଠାଣି ସାମନ୍ତ ରେ ସିଦ୍ଧି ଗଡ଼ତିଆ ଓ ସୁରଭି କାର୍ଯ୍ୟକ୍ରମରେ ରାଜ୍ୟ ସ୍ତରରେ ପ୍ରତିନିଧିତ୍ବ କରିଥିବା ସପ୍ତମ ଶ୍ରେଣୀ ଛାତ୍ରୀ ସିଦ୍ଧି ଗଡ଼ତିଆଙ୍କୁ ମୁଖ୍ୟ ଅତିଥୀଙ୍କ ଦ୍ୱାରା ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା।ପୁରସ୍କାର ବିତରଣୀ ଉତ୍ସବରେ ଶିକ୍ଷକ ଲମ୍ବୋଦର ବେହେରା,ଶିକ୍ଷୟିତ୍ରୀ ସୁଶାନ୍ତି ଭୋଇ ଦାୟିତ୍ୱ ତୁଲାଉଥିଲେ।ଉତ୍ସବର ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ନିର୍ମଳ ପ୍ରଧାନ ତୁଲାଉଥିବାବେଲେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା "ନିଲବର୍ଣ୍ଣ ଶୃଗାଳ"ଓ "ନାରୀ ବାଦୀ ଝି ବଳି"ନାଟକ ପରିବେଷଣ ସାଙ୍ଗକୁ ବିଭିନ୍ନ ନୃତ୍ୟ ଗୀତରେ ଝଲସି ଉଠିଥିଲା ସ୍କୁଲ ଓ ଗାଁ। କାର୍ଯ୍ୟକ୍ରମକୁ ସ୍କୁଲ ପରିଚାଳନା କମିଟିର ସମସ୍ତ ସଭ୍ୟ ସଭ୍ୟା, ହାଇସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଗ୍ରାମବାସୀ ସକ୍ରିୟ ସହଯୋଗ କରିଥିବା ବେଳେ ଶିକ୍ଷକ ରବି ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ

Blog Archive

Popular Posts