ନାଟ୍ୟଦୀପ ପକ୍ଷରୁ ଆୟୋଜିତ ଲୋକକଳା ମହୋତ୍ସବର ଦ୍ୱିତୀୟ ଦିବସ ଓଡିଶୀ , ଘୋଡା, ଚଇତିଘୋଡା ଓ ଧୁଡୁକି ନାଚରେ କମ୍ପିଲା ମଞ୍ଚ
କୋଣାର୍କ--- ଲୋକକଳା ମହୋତ୍ସବର ଦ୍ୱିତୀୟ ଦିବସରେ ଆୟୋଜିତ ସାଂସ୍କୃତିକ ସନ୍ଧ୍ୟାର କାର୍ଯ୍ୟକ୍ରମରେ ଓଡିଶୀ ନୃତ୍ୟ, ଘୋଡାନାଚ, ଚଇତିଘୋଡା ଓ ଧୁଡୁକି ନାଚରେ ଦର୍ଶକ ହୋଇଥିଲେ ବିଭୋର । ପୁରୀ ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ନାଟ୍ୟଦୀପ ପକ୍ଷରୁ କୋଣାର୍କ ନଗର ହାଟ ପରିସରରେ ୧୪ତାରିଖରୁ ୧୬ତାରିଖ ପର୍ଯ୍ୟନ୍ତ ତିନିଦିନ ବ୍ୟାପି ଆୟୋଜିତ ଲୋକକଳା ମହୋତ୍ସବର ଅନୁଷ୍ଠିତ ହୋଇଯାଇଛି । ନାଟ୍ୟଦୀପର ନିର୍ଦ୍ଧେଶକ କାଳନ୍ଦିଚରଣ ସ୍ୱାଇଁଙ୍କ ପୈରୋହିତ୍ୟରେ ଆୟୋଜିତ ଏହି ସାଂସ୍କୃତିକ ସନ୍ଧ୍ୟାର ଦ୍ୱିତୀୟ ଦିବସରେ କାର୍ଯ୍ୟକ୍ରମରେ ନାବାର୍ଡର ପ୍ରବନ୍ଧକ ବାଉରୀବନ୍ଧୁ ଗୋଛାୟତ, କୋଣାର୍କ ଭଗବତୀ ମହାବିଦ୍ୟାଳୟର ଅଧ୍ୟାପକ ଲେଫ୍ଟନାଣ୍ଟ, ବିନୟ ଭୂଷଣ ମହାନ୍ତି ଓ ଅଧ୍ୟାପକ ଅରବିନ୍ଦ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଲୋକକଳା ଉତ୍ସବର ଦ୍ୱିତୀୟ ଦିବସରେ ଆୟୋଜିତ ସାଂସ୍କୃତିକ ସନ୍ଧ୍ୟାରେ ଭୁବନେଶ୍ୱରର ନମାମୀ ନୃତ୍ୟାନୁଷ୍ଠାନର ଓଡିଶୀ ନୃତ୍ୟ ଗୁରୁ ହିମାଂଶୁ ଶେଖର ନାୟକ, ମା’ କାକଟେଶ୍ୱରୀ ଲୋକନୃତ୍ୟ କଳାପରିଷଦର ପୂର୍ଣ୍ଣଚନ୍ଦ୍ର ନାୟକ ଓ ସାଥିଙ୍କ ପକ୍ଷରୁ ଘୋଡାନାଚ, କାକଟପୁର ଚଇତି ଘୋଡା ନାଚ ଗୃପ୍ ପକ୍ଷରୁ ଚଇତିଘୋଡା ନାଚ ଓ ଧୁଡୁକି ନାଚ ପରିବେଷଣ କରାଯାଇଥିଲା । ସାଂସ୍କୃତିକ ସନ୍ଧ୍ୟାର କାର୍ଯ୍ୟକ୍ରମକୁ ନାଟ୍ୟଦୀପ ଅନୁଷ୍ଠାନର ଉପ-ନିର୍ଦ୍ଧେଶକ ନିତ୍ୟାନନ୍ଦ ମହାରଣା ସଞ୍ଜୋଜନା କରିଥିଲୋ । ଏହି କାର୍ଯ୍ୟକ୍ରମକୁ ସୂର୍ଯ୍ୟମନ୍ଦିର ଭ୍ରମଣରେ ଆସିଥିବା ଦେଶ ବିଦେଶର ପର୍ଯ୍ୟଟକଙ୍କ ସମେତ କଳାପ୍ରେମିମାନେ ମନଭରି ଉପଭୋଗ କରିିଥିଲେ । ପ୍ରାଚୀନ ସଂସ୍କୃତିର ସ୍ମୃତି ବହନ କରୁଥିବା ଲୋକକଳା ଏବେ ଆଧୁନୀକ ଚାକଚକ୍ୟତାର ପ୍ରଭାବରେ ତାର ସ୍ୱତନ୍ତ୍ରତା ହରାଉଥିବା ବେଳେ ପୂର୍ବ ପରମ୍ପରା ହଜିବାରେ ଲାଗିଛି । ବିଲୁପ୍ତ ହୋଇଯାଉଥିବା ଲୋକ କଳାକୁ ଜନମାନସରେ ବଞ୍ଚାଇ ରଖିବା ପାଇଁ ନାଟ୍ୟଦୀପ ପକ୍ଷରୁ ଏବେ ଉଦ୍ୟମକୁ ସବୁ ମହଲରୁ ସ୍ୱାଗତ କରାଯାଇଛି ।
କୋଣାର୍କରୁ ଅଜିତ କୁମାର ମଲିକ
କୋଣାର୍କରୁ ଅଜିତ କୁମାର ମଲିକ