Breaking News

ପୁଣି ଥାନାର ଦ୍ୱାରସ୍ଥ ହେଲେ ଜନପ୍ରତିନିଧି ଓସାଧାରଣ ଜନତା


  ବରଗଡ଼----- ବରଗଡ଼   ଜିଲ୍ଲା ଅତାବିରା ସହର ତଥା ଗ୍ରାମାଞ୍ଚଳ ମାନଙ୍କରେ ମଦ,ସଟ୍ଟା,ଜୁଆ,ଘୁଡୁଘୁଡୁ ପଟ୍ଟୀ ଅବାଧରେ ଚାଲିଥିବା ଯୋଗୁଁ ଅତିଷ୍ଠ ହୋଇ ଏକ ସର୍ବ ଦଳୀୟ ସଭା ଅନୁଷ୍ଠିତ ମାରୱାଡ଼ି ଧର୍ମଶାଳାରେ ଅନୁଷ୍ଠିତ ହୋଇଥିଲା । ସମସ୍ତ ସମସ୍ୟା ଗୁଡିକୁ ଆଖି ଆଗରେ ରଖି ଦୃଢ଼ ପଦକ୍ଷେପ ନେବା ପାଇଁ ସଭାରେ ଗୃହୀତ ହୋଇଥିଲା। ଯଦି ପ୍ରଶାସନ କୋୖଣସି ପଦକ୍ଷେପ ଗ୍ରହଣ ନ କରେ ଆଗାମୀ ୧୫ତାରିଖ ରେ ଥାନା ଘେରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଯାହା ଆଜି ମାରୱାଡ଼ି ଧର୍ମଶାଳା ଠାରୁ ଏକ ବିରାଟ ଶୋଭାଯାତ୍ରା ବାହାରିଥିଲା। ଅଞ୍ଚଳରେ ମଦ,ସଟ୍ଟା, ଳଜୁଆ, ଘୁଡୁଘୁଡୁ ପଟ୍ଟୀ ଓ ଅସାମାଜିକ କାର୍ଯ୍ୟ କଳାପ ପ୍ରତି ଅତିଷ୍ଠ ହୋଇ ବିଭିନ୍ନ ପ୍ରତିବାଦ ବାର୍ତ୍ତା ସହ ଲୋକଙ୍କୁ ସଚେତନ କରାଇ ଅତାବିରା ଥାନା ଘେରିଥିଲେ। ଥାନାରେ ଉପସ୍ଥିତ ଥିବା ଅଧିକାରୀଙ୍କୁ ଏବିଷୟରେ ସାତ ଦିନ ମଧ୍ୟରେ ଲିଖିତ ଭାବେ ଜଣାଇବା ସହ ଆଜି ପର୍ଯ୍ୟନ୍ତ ସଟ୍ଟା,ମଦ, ଜୁଆ ତଥା ଅସାମାଜିକ କାର୍ଯ୍ୟ କଲାପରେ  ସଂଶ୍ଲିଷ୍ଟ ଥିବା କେତେ ଜଣଙ୍କୁ ଗିରଫ କରି କାର୍ଯ୍ୟାନୁଷ୍ଠାନ ନିଆ ଯାଇଛି ବୋଲି ଗର୍ଜି ଉଠିଥିଲେ ଶତାଧିକ ଜନତା। ଅନେକ ମହିଳାମାନେ ନିଜ ପଡ଼ାରେ ହେଉଥିବା ଅସାମାଜିକ କାର୍ଯ୍ୟ କଳାପ ସମ୍ପର୍କରେ ମତ ପ୍ରକାଶ କରିଥିଲେ ।ଅତାବିରା ପୋଲିସ ପ୍ରତି ମହିଳା ମାନଙ୍କ ର ଭରଷା ନାହିଁ ବୋଲି କହିଥିଲେ ।  ଅନେକ ଥର ଗାଁ ଗଣ୍ଡାରୁ ମଧ୍ୟ ମହିଳା ମାନେ,ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଅନେକ ଥର ଏ ବିଷୟରେ ବିସ୍ତୃତ ଆଲୋଚନା ଥାନାରେ ହେଇଥିଲା। ପୋଲିସ ପକ୍ଷରୁ ସବୁବେଳେ ହଁ ମାତ୍ର କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ବେଳକୁ ନାହିଁ  । ସକାଳ ୧୦ଟା ରୁ ୧ଟା ପର୍ଯ୍ୟନ୍ତ ଦୀର୍ଘ ୪ଘଣ୍ଟା ପରେ ବରଗଡ଼ଜିଲ୍ଲା ଏସଡିପିଓ ସୁଧାକର ସାହୁ ପହଞ୍ଚି ଉପସ୍ଥିତ ଥିବା ସର୍ବ ସାଧାରଣଙ୍କ ସହ ବିଷଦ ଆଲୋଚନା  କରିଥିଲେ । ଦିନ ପରେ ଦିନ ଗଡି ଚାଲିଛି ଏବଂ ସମୟ ଦେଇ ଚାଲିଛନ୍ତି ମାତ୍ର ଅଭିଯୋଗ ଉପରେ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆ ନ ଯିବା ଘଟଣା ଲଜ୍ଜା ଜନକ ସାଜିଛି ବୋଲି ଜନ ସାଧାରଣ  କହିଥିଲେ । କେତେକ ଅସାମାଜିକ ବ୍ୟକ୍ତି ମାନେ ଏହି ସଭାକୁ ଭଣ୍ଡୁର କରିବା ପାଇଁ ଥାନାରେ ପହଞ୍ଚି ଥିଲେ।ଯାହାକି ଶାନ୍ତି ପୂର୍ଣ୍ଣ ଭାବେ ଚାଲିଥିବା ଆନ୍ଦୋଳନ କାରୀ ମାନେ ଏପରି ବ୍ୟକ୍ତି ବିଶେଷଙ୍କୁ ଗିରଫ କରିବାକୁ ଦାବି କରିଥିଲେ ।ଏହାପରେ ଏସଡିପିଓ କିଛି  ଦିନ ସମୟ ମାଗିଥିଲେ  । ଯଦି ଆମେ ଏସବୁ ଅସାମାଜିକ କାର୍ଯ୍ୟ କଳାପ ପ୍ରତି ଦୃଷ୍ଟି ଦେବା ସହ ବିହିତ ପଦକ୍ଷେପ ନ ନେବୁ ତା ହେଲେ ଆମକୁ ଆପଣ ମାନେ କହିବେବୋଲି ଉପସ୍ଥିତ ଥିବା ସର୍ବ ଦଳୀୟ ପ୍ରତିନିଧି ମାନଙ୍କୁ ପ୍ରତିଶୃତି ଦେବା ପରେ ଥାନାରୁ ହଟିଥିଲେ ଆନ୍ଦୋଳନ କାରିମାନେ। ମାତ୍ର ପ୍ରଶ୍ନ ଉଠୁଛି ସମୟ ନେଇ ଚାଲିଥିବା ପୋଲିସ ସତରେ କ'ଣ ନିଶା କାରବାର ରୋକିବା ପାଇଁ ପଦକ୍ଷେପ ନେବ ନା ଲୋକ ଦେଖାଣିଆ କାର୍ଯ୍ୟକରିବ ଦେଖିବାକୁ ବାକି ରହିଲା  ।  
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ

Blog Archive

Popular Posts