Breaking News

ପ୍ରଧାନମନ୍ତ୍ରୀ ଆବାସ ଚୟନରେ ଅନିୟମିତତା ,ବ୍ଲକ କାର୍ଯ୍ୟାଳୟ ପରିସରରେ ପ୍ରତିବାଦ ସଭା


ବେଗୁନିଆ----ବେଗୁନିଆ ବ୍ଲକ ବ୍ଲକ ଅନ୍ତର୍ଗତ  ସିକୋ ଓ ଶଗଡଭଙ୍ଗା ଗ୍ରାମପଞ୍ଚାୟତର  ଦୁଇ ଶହରୁ ଅଧିକ ଲୋକ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ  ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ଯୋଗୁଁ ଏକ ପ୍ରତିବାଦ ସଭା କରିଥିଲେ । ସୂଚନା ମୁତାବକ  ସିକୋ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୬୯୪ଜଣ  ଜିଓ ଟ୍ୟାଗିଙ୍ଗରେ ଥିବା ବେଳେ ୯୪ ଜଣ ହିତାଧିକାରୀ  ସାମିଲ ହୋଇଥିବା ବେଳେ  ୬ ଶହ ଜଣ ବଞ୍ଚିିତ ହୋଇଛନ୍ତି । ଏପରିକି ବହୁ ଗରିବ ଲୋକ,ବିଧବା,ଦିବ୍ୟାଙ୍ଗ,
ଅସହାୟ  ବ୍ୟକ୍ତିଙ୍କ ନାମ ମଧ୍ୟ ଏହି ତାଲିକାରେ ସ୍ଥାନ ପାଇନାହିଁ । ଯଦି ଏହାର ସାତଦିିନ ମଧ୍ୟରେ  ତଦନ୍ତ କରାଯାଇ କାର୍ଯାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ସେମାନେ ବ୍ଲକ ଆଗରେ ଆମରଣ ଅନଶନ କରିବେ ବୋଲି ବିଡିଓଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ସିକୋ ସରପଞ୍ଚ ସୁରେଶ କୁମାରସାହୁ , ସମିତିସଭ୍ୟ ଦେବେନ୍ଦ୍ର ରଣସିଂହ.ସମାଜସେବୀ ସେକ ବଚନ,ସଞୟ କୁମାର ବାହୁବଳେନ୍ଦ୍ର ନେତୃତ୍ୱରେ ଗ୍ରାମର ଲକ୍ଷ୍ମୀପ୍ରିୟା ବାହୁବଳେନ୍ଦ୍ର,ଶାନ୍ତିଲତା ଦେଇ,ମଞୁଲତା ସାହୁ,କୁନି ମହାରଣା,ଶ୍ୱେତ ବରାଡ,ବିଜୟ କୁମାର ସାହୁ,ଯୋଗିନାଥ ମାହାର ଓ ପୀର ଛୋଟରାୟ ସମେତ ଦୁଇଶହରୁ  ଉର୍ଧ୍ୱ ଲୋକ ଉପସ୍ଥିତ ଥିଲେ । ଏ ନେଇ ଜନସାଧାରଣ ବିଡିଓ ରଶ୍ମିରେଖା ଦାସଙ୍କୁ ସାକ୍ଷାତ କରିବା ପରେ ଉଚ୍ଚ କର୍ତୁପକ୍ଷଙ୍କ ସହ ପରାମର୍ଶ କରିବା ପରେ  ଏପ୍ରିଲ ମାସ ସୁଦ୍ଧା ସମସ୍ତ ଅଭିଯୋଗର ସମାଧାନ କରିବା ପାଇଁ କହିଛନ୍ତି ।
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା

Blog Archive

Popular Posts