ଦଶ ମାସ ହୋଇଗଲା ପଲିଥିନି ତଳେ କଟୁଛି ଦିନ;ସରକାରୀ ସାହାର୍ଯ୍ୟ ସାତ ସପନ
ସାକ୍ଷୀଗେ।।ପଳ ------ ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଳକରେ ଚଳିତ ବାତ୍ୟାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଲେକମାନଙ୍କର ଘର ଦ୍ୱାର ମାଟିରେ ମିଶି ଗଲା । ଲୋକମାନେ ନାହିଁ ନ ଥିବା ଦୁର୍ଦ୍ଦଶା ଭେଗିଲେ । କେନ୍ଦ୍ର ଓ ରାଜ୍ୟ ସରକାର ଲୋକମାନଙ୍କର ଆର୍ଥିକ ସ୍ୱଚ୍ଛାତା ଆଣିବା ପାଇଁ ସରକାରୀ ସାହାର୍ଯ୍ୟ ଯୋଗାଇ ଦେଲେ । ମାତ୍ର ସତ୍ୟବାଦୀ ବ୍ଳକର ବଳପୁର ଗ୍ରାମ ପଞ୍ଚାୟତର ୩ ନଂ ୱାର୍ଡର କନକ ଦେଇଙ୍କ ଘର ବାତ୍ୟାରେ ଭାଙ୍ଗିଗଲା । ସେହିଦିନ ଠାରୁ ସେ ପଲିଥିନି ତଳେ ପରିବାର ସହ ରହିଛନ୍ତି । ଏବେ ସେ ସବୁଥିରୁ ବଞ୍ଚିତ । ତାଙ୍କ ନାମ ବାତ୍ୟା ଘର ଭଙ୍ଗା ତାଳିକାରେ ନାମ ନାହିଁ । ଯାହା ଫଳରେକି ସରକାରୀ ସାହାର୍ଯ୍ୟ ତାଙ୍କ ପାଇଁ ସାତ ସପନ ହୋଇଛି । ବ୍ଳକ ପ୍ରଶାସନ ପକ୍ଷରୁ ଗ୍ରାମ ପଞ୍ଚାୟତ ମାନଙ୍କରେ ଏକ ତାଲିକା ମରାଯାଇଛି । ଏହି ତାଲିକା ମାରିବା ପରେ ଗ୍ରାମ ମାନଙ୍କରେ ଅସନ୍ତୋଷ ବୃଦ୍ଧି ପାଇଛି । ଏପରିକି କେତକ ଯାଗାରେ ଏବେବି ପଲିଥିନି ତଳେ ବସବାସ କରୁଥିବା ପରିବାରଙ୍କ ନାମ େ ତାଳିକାରୁ ବାଦ ପଡିଛି । ବଳପୁର ପଞ୍ଚାୟତର ସମିତିସଭ୍ୟ କାଳନ୍ଦୀ ପଣ୍ଡାଙ୍କ ସ୍ତୀ ସୁଜତା ପଣ୍ଡାଙ୍କ ନାମ ରହିଛି । ସେହିପରି ଉକ୍ତ ପଞ୍ଚାୟତର ଜଣେ ବ୍ୟବସାୟୀ କୋଠା ଘର ରହିଛି ତାଙ୍କ ନାମ ଶରତ ଚନ୍ଦ୍ର ପଣ୍ଡା । ତାଙ୍କ ନାମ ରହିଛି ବୋଲି ଅଭିଯୋଗ ହୋଇଛି । ସେହିପରି ସରପଞ୍ଚ, ସ୍ୱାଡ ସଭ୍ୟ ମାନେ ନିଜ ସ୍ତିୀ ଓ ପରିବାରର ଅନ୍ୟ ସଦସ୍ୟ ମାନଙ୍କ ନାମରେ ଏହି ଯୋଜନାରେ ସାମିଲ କରାଯାଇଥବା ଜଣାପଡିଛି । ଏପରିକି ଗୋଟିଏ ପରିବାରର ମୁଖ୍ୟ ଯଦି ଆବାସ ଯୋଜନା ପାଇଛନ୍ତି ବା ସରକାରୀ କର୍ମଚାରୀ ବା ପକ୍କା ଘର ରହିଛି ସେମାନଙ୍କ ନାମ ଏଥିରେ ରହି ପାରିବ ନାହିଁ ବୋଲି ବିଡିଓ ସରୋଜ କୁମାର ଦତ୍ତ କହୁଛନ୍ତି । ଏପରିକି ସତ୍ୟବାଦୀ ବ୍ଳକର ୨୪ଟି ଗ୍ରାମ ପଞ୍ଚାୟତରେ ହୋଇଥିବା ଆବସ ଯୋଜନା ତାଲିକାରେ ଅନିୟମିତତା ନେଇ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି