ଦିନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୈାଶଳ ଯୋଜନା
ବରୀ---ଭାରତ ସରକାର ଓ ଓଡିଶା ସରକାରଙ୍କ ଦ୍ୱାରା ପରିଚାଳିତ ଏହି ଯୋଜନା ଗ୍ରାମୀଣ ଯୁବକ ଓ ଯୁବତୀମାନଙ୍କୁ ରୋଜଗାର ଦେବା ଓ ଆତ୍ମ ନିର୍ଭର ଶୀଳ କରିବା ଲକ୍ଷ୍ୟରେ ଜୀବିକା ମିଶନ ଓ ଓରମାସର ମିଳିତ ସହଯୋଗରେ ଦକ୍ଷତା ଭିତିକ ନିଯୁକ୍ତି ଶିବିର ଅନୁଷ୍ଠିତ ହୋଇଯାଇଛି । ବରୀବ୍ଲକ ପରିସରରେ ଦିନ ଦୟାଲ ଉପାଧ୍ୟାୟ ଗ୍ରାମୀଣ ଯୋଜନା କାର୍ଯ୍ୟକ୍ରମ ଦିନିକିଆ ଦକ୍ଷତା ଭିତିକ ଶିବିରକୁ ବରୀବ୍ଲକ ଅଧ୍ୟକ୍ଷା ସୁବାଶିନି ଶର୍ମା ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପାଧ୍ୟକ୍ଷ ରମେଶ ଚନ୍ଦ୍ର ଭଂଜ, ଜିପିଓ ଲକ୍ଷ୍ମୀକାନ୍ତ ମହାରଣା ,ଜୀବିକା ମିଶନର ଜିଲ୍ଲା ସଂଯୋଜକ ବିକାଶ ରଂଜନ ରାଉତ , ବ୍ଲକ ସଂଯୋଜକ ମାନସ ଦାସ,ଭବାନୀ ଶଙ୍କର ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟର ୧୬ ଗୋଟି ସଂସ୍ଥାର ପି.ଆଇ ମାନେ ଯୋଗଦେଇ ଯୁବକ ଯୁବତୀଙ୍କୁ ନିଜ କମ୍ପାନୀରେ କାର୍ଯ୍ୟକରିବା ପାଇଁ ସାକ୍ଷାତକାର ନେଇଥିଲେ । ବରୀ ବ୍ଲକର ବିଭିନ୍ନ ଅଞ୍ଚଳରୁ ୩୫୦ ରୁ ଉର୍ଦ୍ଦ ଯୋଗ ଦେଇ ନିଜ ନିଜର ନାମ ପଞ୍ଜିକୃତ କରିଥିଲେ । ତାଲିମ ସମୟରେ ଖାଦ୍ୟପେୟ , ପୋଷାକପତ୍ର(ୟୁନିଫମ) ରହିବା ମାଗଣାରେ ଦିଆଯିବାର ସୁ-ବ୍ୟବସ୍ଥା ରହିଛି । ଟ୍ରେନିଙ୍ଗ ପରେ ରାଜ୍ୟ ଓ ରାଜ୍ୟ ବାହାରେ ନିଶ୍ଚିତ ନିଯୁକ୍ତି ଦିଆଯିବ ବୋଲି କର୍ମଶାଳାରେ କୁହାଯାଇଥିଲା । ଏନେଇ ବ୍ଲକ ପରିସରରେ ୧୮ରୁ ୩୫ ବର୍ଷ ବୟଷ୍କ ଯୁବକଯୁବତୀ ମାନଙ୍କର ଭିଡ ଜମିଥିବାର ଦେଖିବାକୁ ମିଳିଥିଲା ।
ଯାଜପୁର ବରୀରୁ ଦର୍ଶନ ବେହେରାଙ୍କ -ରିପୋର୍ଟ
ଯାଜପୁର ବରୀରୁ ଦର୍ଶନ ବେହେରାଙ୍କ -ରିପୋର୍ଟ