Breaking News

ବେଗୁନିଆ ବ୍ଲକ ଓଷ୍ଟାର ସାମ୍ବିଧାନିକ ସମ୍ମିଳନୀ

ବେଗୁନିଆ--- ବେଗୁନିଆ ବ୍ଲକ ସରକାରୀ ଉଚ୍ଚ ବିଦାଳୟ ପରିସରରେ  ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ସଂଘ ପକ୍ଷରୁ ଓଷ୍ଟାର ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।  ଏ ନେଇ ବୈଠକରେ ରାଜ୍ୟ ଯୁଗ୍ମ ସାଧାରଣ ସମ୍ପାଦକ ରଞନ କୁମାର ଦାଶ,ରାଜ୍ୟ ସମ୍ପାଦକ ମଧୁସୂଦନ ଦେ,ସହ ସମ୍ପାଦକ ରମାକାନ୍ତ ମହାପାତ୍ର,ଖୋର୍ଦ୍ଧା ଜିଲ୍ଲା ସମ୍ପାଦକ ସୁଧାକର ମହାପାତ୍ର,ଜିଲ୍ଲା ଉପସଭାପତି ପ୍ରକାଶ ପଲେଇ,ସୁରେଶ ଖାରଣା ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ ବୈଠକରେ ବ୍ଲକ ସଭାପତି ଗଣେଶ୍ୱର ମିଶ୍ରଙ୍କ ସଭାପତିତ୍ୱ କରିଥିଲେ । ସମ୍ପାଦକ ରତିକାନ୍ତ କହଲସିଂହ ସମ୍ପାଦକୀୟ ବିବରଣୀ ସହ ବାର୍ଷିକ ଆୟବ୍ୟୟର ଅଟକଳ ଉପସ୍ଥାପନ କରିଥିଲେ । ପରିଶେଷରେ ସର୍ବସମ୍ମତିକ୍ରମେ  କର୍ମକର୍ତା ନିର୍ବାଚନ କରାଯାଇଥିଲା । କମିଟିର ସଭାପତି ଗଣେଶ୍ୱର ମିଶ୍ର,ଶ୍ରୀ ନିବାସ ମିଶ୍ର ଉପସଭାପତି,ପ୍ରଭାତ କୁମାର ସାହୁ,ବିଜୟ କୁମାର ନାୟକ,ଦିପ୍ତୀମୟୀ ସାହୁ ଉପସଭାପତି,ରତିକାନ୍ତ କହଲସିଂହ ସମ୍ପାଦକ ବଂଶୀଧର  ପାଣିଗ୍ରାହୀ ସଙ୍ଗଠନ ସମ୍ପାଦକ,ଜୟନ୍ତ କୁମାର ପାତ୍ର ରିତା ଜେନା,ସୌମ୍ୟାଶ୍ରୀ ପ୍ରିୟଦର୍ଶିନୀ ଯୁଗ୍ମ ସମ୍ପାଦକ ଓ ବ୍ଲକ ସଦସ୍ୟ ମଧୁସ୍ମିତା ମାର୍ଥା ଓ ସ୍ୱର୍ଣ୍ଣପ୍ରଭା ଦେଇଙ୍କୁ ମନୋନିତ କରାଯାଇଥିଲା । ଶିକ୍ଷକ ହରିବନ୍ଧୁ ତ୍ରିପାଠୀ ,ନଳିନୀ କାନ୍ତ ପଣ୍ଡା ,ରାଜକିଶୋର ପରିଡା ,ଗଣିଆ ସ୍ୱାଇଁ ,ହୃଷି ଛୋଟରାୟ ଙ୍କୁ  ସର୍ବସମ୍ମତିକ୍ରମେ ଉପଦେଷ୍ଟା ଭବରେ ମନୋନୀତ କରାଯାଇଥିଲା । ଉକ୍ତ ବୈଠକକୁ ବିଶ୍ୱନାଥ ମଙ୍ଗରାଜ ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିଲେ ।
 ବେଗୁନିଆରୁ ଯୋଗେଶ୍ୱର ପଣ୍ଡା

Blog Archive

Popular Posts