ବେଗୁନିଆରେ ନବନିର୍ମାଣ ସଙ୍ଗଠନର ପଦ ଯାତ୍ରାକୁ ସ୍ୱାଗତ
ବେଗୁନିଆ---ନବ ନିର୍ମାଣ କୃଷକ ସଙ୍ଗଠନ ପ୍ରାଇସ,ପ୍ରେଷ୍ଟିଜ ଓ ପେନସନକୁ ନେଇ ଗତ ଜାନୁୟାରୀ ମାସ ୨୩ ତାରିଖ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜୟନ୍ତୀ ଅବସରରେ ନୟାଗଡ ଜିଲ୍ଲା ଓଡଗାଁ ସ୍ଥିତ ରଘୁନାଥ ଦେବଙ୍କ ପୀଠରୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅକ୍ଷୟ କୁମାରଙ୍କ ଆବାହକତ୍ୱରେ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ୧ ଶହ ଦିନିଆ ନ୍ୟାୟିକ ପଦଯାତ୍ରା କରିଛନ୍ତି । ସୋମବାର ପୂର୍ବାହ୍ନରେ ବେଗୁନିଆ ବ୍ଲକ ଅନ୍ତର୍ଗତ ବଡବେରଣା ଠାରେ ୨୬ ଦିନରେ ପଦଯାତ୍ରୀ ମାନଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସ୍ୱାଗତ କରାଯାଇଥିଲା । ପରେ ଏ ନେଇ ସିମୋର ପଞ୍ଚାୟତ ଅନ୍ତର୍ଗତ ଗଁପୁର ଗ୍ରାମର ତ୍ରିନାଥ ମନ୍ଦିର ପରିସରରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ।ଏହି ସଭାରେ ଅବସରପ୍ରାପ୍ତ ସେନା କର୍ମଚାରୀ ବିଜୟା ନନ୍ଦ ଷଡଙ୍ଗୀ ସଭାପତିତ୍ୱ କରିଥିଲେ । ସଭାର ପ୍ରାରମ୍ଭରେ ଧୁଡୁକି ବାଦକ ରମେଶ ଚନ୍ଦ୍ର ମହାପାତ୍ର ଭଜନ ପରିବେଷଣ କରିଥିଲେ । ଏଥିରେ ନବ ନିର୍ମାଣ କୃଷକ ସଙ୍ଗଠନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅକ୍ଷୟ କୁମାର,ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ,ଯୋଗଗୁରୁ ଡଃ କୁଳମଣି ,ଖୋର୍ଦ୍ଧା ଜିଲ୍ଲା ସଂଯୋଜକ ସୁରେଶ ମାନସିଂହ,ନୟାଗଡ ଜିଲ୍ଲା ସଂଯୋଜିକା ମମତା ନାଥ ପ୍ରମୁଖ ଯୋଗ ଦେଇ ଆଗାମୀ ମାର୍ଚ୍ଚ ମାସ ୧ ତାରିଖରେ ଖୋର୍ଦ୍ଧା ଜିଲ୍ଲାର ବରୁଣେଇ ପୀଠରେ କୃଷକ ସଙ୍ଗଠନ ପକ୍ଷରୁ ଏକ ଚାଷୀ ସମାବେଶ ଅନୁଷ୍ଠିତ ହେବ । ଏଥିରେ ପ୍ରତ୍ୟେକ ଗ୍ରାମରୁ ଚାଷୀମାନେ ଯେପରି ସାଧାରଣ ସଭାରେ ଅଂଶ ଗ୍ରହଣ କରିପାରିବେ ସେ ନେଇ ଏକ ପ୍ରସ୍ତୁତି ବୈଠକ ହୋଇଥିଲା । ରାଜ୍ୟ ସଂଯୋଜକ ଶ୍ରୀ ନନ୍ଦ କହିଥିଲେ ରାଜ୍ୟ ସରକାର କୃଷକମାନଙ୍କ ପ୍ରତି ଅନ୍ୟାୟ ଭାବ ପୋଷଣ କରିବା ସହ ତାଙ୍କୁ ସମସ୍ତ ପ୍ରକାର ସୁବିଧାରୁ ବଞ୍ଚିତ କରାଯାଉଛି । ତାର ପରିଣାମ ସ୍ୱରୂପ ମେ ମାସରେ ଏକ ବଡ ଧରଣର ସମାବେଶ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଛନ୍ତି । କାର୍ଯ୍ୟକ୍ରମକୁ ନବ ନିର୍ମାଣ ସଙ୍ଗଠର ବେଗୁନିଆ ବ୍ଲକ ସଂଯୋଜକ ମଦନ ସାହୁ ପରିଚାଳନା କରିଥିବା ବେଳେ ବୋଲଗଡ ବ୍ଲକ ସଂଯୋଜକ ତଥା ବ୍ରାହ୍ମଣୀ ଦେବୀ କୃଷକ ସଙ୍ଗଠନର ସଭାପତି ଜୟନ୍ତ କୁମାର ତ୍ରିପାଠୀ ଧନ୍ୟବାଦ ଦେଇଥିଲେ । ଏହି ସଭାରେ ଡିଙ୍ଗର ପଞ୍ଚାୟତର ପୂର୍ବତନ ସରପଞ୍ଚ କାହ୍ନୁ ଚରଣ ନାଗ,ପଙ୍ଗାରସିଂହ ପଞ୍ଚାୟତର ପୂର୍ବତନ ସରପଞ୍ଚ ବୀରକିଶୋର ପାଇକରାୟ,ସମାଜସେବୀ ବଂଶୀଧର ପାଣିଗ୍ରାହୀ,କାହ୍ନୁ ଚରଣ ବେହେରା,ମନମୋହନ ପାଣିଗ୍ରାହୀ,ଅନ୍ତଯ୍ୟାମୀ ବେହେରା,ମାନସ ରଞନ ପଣ୍ଡା ଓ ଭାଗବତ ପରିଡା ସମେତ ବହୁ ଜନସାଧାରଣ ଅଂଶ ଗ୍ରହଣ କରିଥିଲେ ।
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା