ଅଚିହ୍ନା ଶବ ଉଦ୍ଧାର
ବରୀ---ବରୀ ବ୍ଲକ ଅଧିନ ବୋଦୁଅ ପଞ୍ଚାୟତ ଏରଡା ଗ୍ରାମସ୍ଥିତ ଚିଙ୍ଗୁଡିଆ ନାଳର ଅସ୍ଥାୟୀ ବାଉଁଶ ପୋଲ ନିକଟରୁ ସୋମବାର ଅପରାହ୍ନରେ ବିଂଝାରପୁର ପୋଲିସ ଏକ ବୃଦ୍ଧର ଶବକୁ ଉଦ୍ଧାର କରିଛି । ଉଦ୍ଧାର ହୋଇଥିବା ଶବର ବୟସ ପାଖାପାଖି ୭୦ ହେବ ବୋଲି ଅନୁମାନ କରାଯାଉଛି । ପୋଲିସ ଶବକୁ ଜବତ କରି ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ଶବ ବ୍ୟବଛେଦ ପାଇଁ ପଠାଇ ଦେଇଛି । ଏନେଇ ପୋଲିସ ପକ୍ଷରୁ ଏକ ଅପମୃତ୍ୟୁମାମଲା ରୁଜୁ କରାଯାଇଛି କେସ୍ ନଂ- ୬/୨୦ ବୋଲି ଜଣାପଡିଛି ।
ଯାଜପୁର ବରୀରୁ ଦର୍ଶନ ବେହେରାଙ୍କ -ରିପୋର୍ଟ
ଯାଜପୁର ବରୀରୁ ଦର୍ଶନ ବେହେରାଙ୍କ -ରିପୋର୍ଟ