Breaking News

କନ୍ତିଆ ସୋମନାଥ ବାଲୁଙ୍କେଶ୍ୱର ଦେବ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମ ସୁରକ୍ଷା ତାଲିମ ଶିବିର



  ଜଟଣୀ---- ରାଜ୍ୟ ତଥା ଦେଶରେ ମହିଳା ଓ ବିଶେଷକରି କଲେଜ ପଢୁଆ ଝିଅ ମାନଙ୍କ ପ୍ରତି ଅତ୍ୟାଚାର ରାଜ୍ୟରେ ମୁଣ୍ଡବିନ୍ଧାର କାରଣ ପାଲଟିଛି । ପ୍ରତିଦିନ ଏହା ଗଣମାଧ୍ୟମର ମୂଖ୍ୟ ଖବର ଭାବେ ଉଭା ହୋଇଥିବା ପରିଲକ୍ଷିତ ହେଉଛି । ଯାହାକୁ ନେଇ ଏବେ ପିତାମାତା ସମାଜ ଓ ସରକାର ବେଶ ଚିନ୍ତିତ ।  ହେଲେ ଏହି ନିର୍ଯାତନା ବା ଅତ୍ୟାଚାରର ଶିକାର ହେଉଥିବା ଜଣେ କଲେଜ ପଢୁଆ ଛାତ୍ରୀ ନିଜକୁ କେମିତି ସୁରକ୍ଷା ଦେବା ସହିତ ପ୍ରତିରୋଧ କରିପାରିବ ସେଥିପାଇଁ ସରକାର ଏକ ଆତ୍ମ ସୁରକ୍ଷା ସମ୍ପର୍କିତ କର୍ମଶାଳା ( ସେଲ୍ଫଡ଼ିଫେନ୍ସ ) ଆରମ୍ଭ କରିଛନ୍ତି । କଲେଜ ମାନଙ୍କରେ  ଟ୍ରେନର ମାନଙ୍କ ଦ୍ୱାରା ଆତ୍ମ ସୁରକ୍ଷା ଟ୍ରେନିଂ ଦିଆଯାଉଛି। ଶନିବାର କନ୍ତିଆ ସୋମନାଥ ବାଲୁଙ୍କେଶ୍ୱର ଦେବ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆରମ୍ଭ ହୋଇଯାଇଛି ଏହି କର୍ମଶାଳା । ପ୍ରୋଗ୍ରାମ ଅଫିସର ଦିଲୀପ କୁମାର ଜେନା , କଲେଜର +୩ ଅଧ୍ୟକ୍ଷା ସୁକାନ୍ତି ମହାପାତ୍ର , +୨ ଅଧ୍ୟକ୍ଷ ସତ୍ୟବ୍ରତ ମହାନ୍ତି , ଚିତ୍ତ ମହାପାତ୍ର , ମୂଖ୍ୟ ଅତିଥି ସତାବୁଦିନ ଅହମଦ ଓ ଟ୍ରେନର ଆସମା ବେଗମ ପ୍ରମୁଖ ଯୋଗଦେଇ  ଏହାର ଉଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସୁକାନ୍ତ କୁମାର ରାଉତ ମଞ୍ଚ ପରିଚାଳନା ଓ ମଞ୍ଜୁଲତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୁଶାନ୍ତ ସାମନ୍ତରାୟ , ସନ୍ତୋଷ ପ୍ରଧାନ , ସ୍ନେହଲତା ସେନାପତି , ଇତିଶ୍ରୀ ପଟନାୟକ , ବିଷ୍ଣୁ ବଳିଆରସିଂ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । 

Blog Archive

Popular Posts