ସତ୍ୟବାଦୀ ବ୍ଳକ ଘେରିଲା ବିଜେପି ; ମହିଳା ପୁରୁଷ ବିଡିଓଙ୍କୁ ଦେଲେ ଅଭିଶାପ ଓ ଗାଳି ଗୁଳଜ
ସାକ୍ଷୀଗୋପାଳ--- ସତ୍ୟବାଦୀ ବ୍ଳକ ଘେରିଛନ୍ତି ବିଜେପି କର୍ମୀ ଓ ଜନସାଧାରଣ । ଏପରିକି ମହିଳା ପୁରଷ ମାନଙ୍କର କ୍ରୋଧ ଏତେ ଥିଲା ଯେ ବିଡିଓଙ୍କୁ ଅଭିଶାପ ଓ ଅଶ୍ଳୀଳ ଭାଷାରେ ଗାଳି ଗୁଳଜ କରିବାକୁ ପଛାଇନଥିଲେ ଲୋକମାନେ । ସେମାନଙ୍କର ମନର ଦୁଖଃ ଆପେ ଆପେ ବାହାରି ପଡିଥିଲା । ସେମାନଙ୍କ ଆଗରେ କୋଠା ଘର ଲୋକ ନେଉଛି ଆବାସ ଯୋଜନା । ମାତ୍ର ଯେଉଁମାନେ ଏବେ ବି ପଲିଥିନି ତଳେ ବାତ୍ୟା ପର ଠାରୁ ଅଛନ୍ତି ସେମାନଙ୍କ ନାମ ନାହିଁ । ତାଲିକା ପ୍ରସ୍ତୁତିରେ ମହା ଦୁର୍ନିତୀ ହୋଇଛି ବୋଲି ସତ୍ୟବାଦୀର ବିଜେପି ନେତା ଓମ ପ୍ରକାଶ ମିଶ୍ରଙ୍କ ନେତତ୍ୱରେ ଶତାଧିକ ପୁରଷ ମହିଳା ମାନେ ସତ୍ୟବାଦୀ ବ୍ଳକ ଆଗରେ ଧାରଣା ଦେବା ସହ ହେ ହଲ୍ଲା କରିଥିଲେ । ଏପରିକି ପଞ୍ଚାୟତରେ ଗୋଟିଏ ପରିବାରରେ ବାପା, ମା, ଝିଅ, ପୁଅ ସମସ୍ତଙ୍କୁ ମିଳିଛି ବାତ୍ୟା ଟଙ୍କା ସେମାନଙ୍କୁ ମିଳିଛି ଆବାସ ଯୋଜନା । ଉକ୍ତ ପରିବାରଙ୍କର ଗ୍ରାମରେ କୋଠାଘର ରହିଛି । ସତ୍ୟବାଦୀ ବ୍ଳକରେ ୬ ହଜାର ୪ଶହ ପରିବାର ଆବାସ ଯୋଜନା ପାଇବା ପାଇଁ ଏକ ତାଲିକା ପ୍ରକାଶ ପାଇଛି ବୋଲି ବିଡିଓ ସରୋଜ କୁମାର ଦତ୍ତ କହିଛନ୍ତି । ମାତ୍ର ଏହା କିଏସେ କରିଛି ଏବଂ ଯେଉଁମାନେ ବାଦ ପଡିଛନ୍ତି ସେମାନ ଅଯୋଗ୍ୟ ବୋଲି ଆପଣ କିପରି ଜାଣିଲେ ତାହା ଜାଣିବା ପାଇଁ ଓମ ପ୍ରକାଶ କହିଥିଲେ । ସେହିପରି ଯେଉଁ ମାନେ ଅଯୋଗ୍ୟ ବା ସରକାରଙ୍କ ଗାଇଡିଲାଇନି ଅନୁଯାୟୀ ଅଯୋଗ୍ୟ ସେମାନଙ୍କ ମାନଙ୍କ ତାଲିକାରେ ପ୍ରକାଶ ପାଇଛି ସେମାନଙ୍କୁ କିପରି ବାଦ କରାଯିବ ଏବଂ ଯୋଗ୍ୟ ହିତାଧିକାରୀଙ୍କ ନାମ କିପରି ଯୋଗ୍ୟ ତାଲିକାରେ ସ୍ଥାନ ପାଇବ ସେ ସମ୍ପର୍କରେ ଆଲେଚନା କରାଯାଇଥିଲା । ଶେଷରେ ବିଡିଓ ଶ୍ରୀ ଦତ୍ତ କହିଛନ୍ତି ଯେଉଁମାନେ ଏହି ଯୋଜନାରେ ବା କୋଠା ଘର ଥିବା ବ୍ୟକ୍ତି ବିଶେଷଙ୍କ ନାମ କଟାଯିବ ଏବଂ ଯୋଗ୍ୟ ବ୍ୟକ୍ତି ବିଶେଷଙ୍କ ନାମ ଯୋଗ କରାଯିବ ବୋଲି ବିଡିଓ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି । ଓମ ପ୍ରକାଶ ମିଶ୍ରଙ୍କ ସହିତ ଜୟପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ବିଶ୍ୱଜିତି ମହାପାତ୍ର, ବିଜେପି ମଣ୍ଡଳ ସଭାପତି ଉମେଶ ପ୍ରଧାନ, ସୁରେନ୍ଦ୍ର ପ୍ରଧାନ, ଦୀପକ ଶତପଥୀ, ପ୍ରାଚୁର୍ଯ୍ୟ ହୋତା, କମଳା କାନ୍ତ ମିଶ୍ର, ଚୁନି ଜେନା, ଶ୍ରୀଧର ବିଶ୍ୱାଳ ପ୍ରମୁଖ ଆଲେଚନାରେ ଅଂଶ୍ର ଗ୍ରହଣ କରିଥିଲେ । ସତ୍ୟବାଦୀ ଥାନା ଆଇଆଇସି ଶଙ୍କୁନ୍ତଳା ପତି ଓ ପିପିଲି ଏସଡିପିଓ ଦେବଦତ୍ତ ବରାଳ ସଦଳବଳେ ସେଠାରେ ଉପସ୍ଥିତ ରହିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି