ନୟାଗଡ଼ ଜିଲ୍ଲା ଟାଇକୋଣ୍ଡ ଖେଳାଳିଙ୍କର କୃତିତ୍ବ
ନୟାଗଡ଼ -- କଟକର ଜବାହର ଇଣ୍ଡୋର ଷ୍ଟାଡିୟମ ଠାରେ ୨୦୨୦ ଓଡିଶା ଓପନ ଟାଇକୋଣ୍ଡ କିରୋଗି ଓ ପୁମସେଇ ପ୍ରତିଯୋଗିତା ଶେଷ ହୋଇଯାଇଛି । ଏହି ପ୍ରତିଯୋଗିତାକୁ ଓଡିଶା ଟାଇକୋଣ୍ଡ ସଂଘ ପରିଚାଳନା କରିଥିଲେ । ରାଜ୍ୟର ୨୨ଟି ଜିଲ୍ଲାରୁ ୧୩୦୦ ଜଣ ପ୍ରତିଯୋଗି ଏଥିରେ ଭାଗ ନେଇଥିଲେ । ନୟାଗଡ଼ ଜିଲ୍ଲାରୁ ୩୨ ଜଣ ପ୍ରତିଯୋଗି ସମେତ ୨ଜଣ କୋଚ ଓ ୨ ଜଣ ମ୍ୟାନେଜର ଏଥିରେ ଅଂଶଗ୍ରହଣ କରିଥିଲେ । ସେଥିମଧ୍ୟରୁ କିରୋଗି ପ୍ରତିଯୋଗିତାରେ ୩ ରୁ ୭ବର୍ଷ ମଧ୍ୟରେ ବାଳକ ବିଭାଗରେ ନିନାଦ ବସଂ ନାୟକ ସ୍ବର୍ଣ୍ଣ ପଦକ, ୮ ରୁ ୧୧ ମଧ୍ୟରେ ବାଳକ ବିଭାଗରେ ମୋହିତ ସ୍ବମ୍ୟରଞନ ସ୍ବର୍ଣ୍ଣ ପଦକ, ଜ୍ୟୋତି ରଞ୍ଜନ ଜେନା ସ୍ବର୍ଣ୍ଣ ପଦକ , ସନ୍ଦିପ କୁମାର ପ୍ରଧାନ ରୌପ୍ୟ ପଦକ, ଆନନ୍ଦ କୁମାର ରୌପ୍ୟ ପଦକ, ଆୟୁଷ ଚେତନ ସାହୁ ରୌପ୍ୟ ପଦକ, ଆଶୁଂ କୁମାର ସାହୁ କାଂସ୍ୟ ପଦକ, ଜି. ପ୍ରତ୍ୟୁଷ ପାତ୍ର କାଂସ୍ୟ ପଦକ, ଶ୍ରୀ ଚନ୍ଦନ ଘଡାଇ କାଂସ୍ୟ ପଦକ ହାସଲ କରିଛନ୍ତି । ୮ ରୁ ୧୧ ବର୍ଷ ବାଳିକା ବିଭାଗରେ ଅଙ୍କିତା ପଟ୍ଟନାୟକ ରୌପ୍ୟ ପଦକ, ସ୍ବେତାଶିବାନି ରାଉତ ରୌପ୍ୟ ପଦକ, ଦିକ୍ସା ପ୍ରୀୟା କାଂସ୍ୟ ପଦକ ହାସଲ କରିଛନ୍ତି । ସେହିପରି ୧୨ ରୁ ୧୪ ବର୍ଷ ବାଳକ ବିଭାଗରେ ଆକାସ ମିଶ୍ର ସ୍ବର୍ଣ୍ଣ ପଦକ, ଆୟୁସ କୁମାର ସ୍ବାଇଁ ସ୍ବର୍ଣ୍ଣ ପଦକ, ସ୍ବମ୍ୟଦିପ ଶ୍ରୀଚନ୍ଦନ ସ୍ବର୍ଣ୍ଣ ପଦକ, ପ୍ରତିକ କୁମାର ଦାସ ରୌପ୍ୟ ପଦକ ପାଇଛନ୍ତି । ସେହିପରି ବାଳିକା ବିଭାଗରେ ବି. ଶୁଭଲକ୍ଷ୍ମୀ ସ୍ବର୍ଣ୍ଣ ପଦକ, ଆଙ୍କାକ୍ଷା ଅମ୍ରୀଶ୍ମୀତା ରୌପ୍ୟ ପଦକ, ଶୁଭଶ୍ରୀ ରାୟଗୁରୁ କାଂସ୍ୟ ପଦକ ହାସଲ କରିଛନ୍ତି । ସେହିପରି ୧୫ ରୁ ୧୭ ବାଳକ ବିଭାଗରେ ଆଷିସ୍ ଓମ ପ୍ରକାଶ ରୌପ୍ୟ ପଦକ, ହ୍ରିତେଷ କୁମାର ବେହେରା ରୌପ୍ୟ ପଦକ, ଶିବାନନ୍ଦ ରାୟଗୁରୁ କାଂସ୍ୟ ପଦକ , ଶ୍ୟାମସୁନ୍ଦର ସିଂ କାଂସ୍ୟ ପଦକ ହାସଲ କରିଛନ୍ତି । ସେହିପରି ବାଳିକା ବିଭାଗରେ ଆଦ୍ୟା ଦେବପ୍ରଜ୍ଞା ପଟ୍ଟନାୟକ ସ୍ବର୍ଣ୍ଣ ପଦକ, ସ୍ବାତୀଶୁଭ୍ରା ସାହୁ ସ୍ବର୍ଣ୍ଣ ପଦକ, ସେହିପରି ୧୮ ବର୍ଷରୁ ଉର୍ଦ୍ଧ୍ୱ ବାଳକ ବିଭାଗରେ ଆଦିତ୍ୟ କୁମାର ଦାସ ରୌପ୍ୟ ପଦକ ହାସଲ କରିଛନ୍ତି ।
ପୁମସେଇ ପ୍ରତିଯୋଗୀତା ୮ ରୁ ୧୧ ବର୍ଷ ମଧ୍ୟରେ ବାଳିକା ବିଭାଗରେ ଦିକ୍ସା ପ୍ରୀୟା ସ୍ବର୍ଣ୍ଣ ପଦକ ଏବଂ ବାଳକ ବିଭାଗରେ ଶକ୍ତିସ୍ବରୁପ ମିଶ୍ର କାଂସ୍ୟ ପଦକ, ସାଇସାସ୍ବତ ମହାନ୍ତି କାଂସ୍ୟ ପଦକ ହାସଲ କରିଥିବା ବେଳେ, ୧୨ ରୁ ୧୪ ବର୍ଷ ମଧ୍ୟରେ ସ୍ମୁତୀ ଶୁରଭି ମହାପାତ୍ର ସ୍ବର୍ଣ୍ଣ ପଦକ, ଆଙ୍କାକ୍ଷା ଦାସ ରୌପ୍ୟ ପଦକ ହାସଲ କରିଛନ୍ତି ବୋଲି ନୟାଗଡ଼ ଟାଇକୋଣ୍ଡ ସ୍ପୋର୍ଟସ ଆସୋସିଏସନ ର ସମ୍ପାଦକ ଶ୍ରୀ ଭବାନୀ ଶଙ୍କର ରାୟଗୁରୁ ଜଣାଇଛନ୍ତି ।
ନୟାଗଡ଼ରୁ ସୁଦୀପ୍ତ କୁମାର ଦଳେଇ