ଓଡ଼ିଶାରେ ପର୍ୟ୍ୟଟନ ମନ୍ତ୍ରୀ ମାନଙ୍କ ମହାସମ୍ମିଳନୀ
ପୁରୀ----ଆଜି ଓଡ଼ିଶାରେ ପର୍ଯ୍ୟଟନ ମନ୍ତ୍ରୀ ମାନଙ୍କ ମହାସମ୍ମିଳନୀ । ଏଥିରେ ଦେଶର ସମସ୍ତ ରାଜ୍ୟର ପର୍ଯ୍ୟଟନ ମନ୍ତ୍ରୀ ଓ ସଚିବ ଯୋଗଦେବେ। ଏହି କାର୍ଯ୍ୟକ୍ରମ ଦୁଇଦିନ ଧରି ଚାଲିବ । ଚନ୍ଦ୍ରଭାଗାରେ ହେଉଥିବା ଇକୋ-ରିଟ୍ରିଟ୍ ରେ ସମ୍ମୀଳନୀ କରାଯିବ ।ଦେଶ ତଥା ଓଡ଼ିଶାର ପର୍ଯ୍ୟଟନ ର ବିକାଶ କ୍ଷେତ୍ରରେ ହେବ ଆଲୋଚନା । ଓଡ଼ିଶାର ପର୍ଯ୍ୟଟନକୁ ଦେଶର ସମସ୍ତ ପର୍ଯ୍ୟଟନ ମନ୍ତ୍ରୀ ଙ୍କ ଆଗରେ ରଖାଯିବା । ଏହାଦ୍ଵାରା ଓଡ଼ିଶାର ପର୍ଯ୍ୟଟନ କୁ ଏକ ନୂଆ ପରିଚୟ ମିଳିବ ।କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ ମାନେ ମଧ୍ୟ ଯୋଗ ଦେବେ । ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ସମ୍ମିଳନୀର ଆୟୋଜନ କରାଯାଉଛି । ଆସନ୍ତାକାଲି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ୍ ଯୋଗ ଦେବେ । ଏହି ଦୁଇ ଦିନିଆ ସମ୍ମିଳନୀରେ ସାରା ଦେଶର ପର୍ଯ୍ୟଟନର ବିକାଶ ପାଇଁ ମାନସ ମନ୍ଥନ ହେବ ।
ପୁରୀ ରୁ ଜୟନ୍ତ କୁମାର ସେଠୀ