Breaking News

ରାଜ୍ୟସ୍ତରୀୟ ଓଡ଼ଗାଁ ଫୁଟବଲ ଟୁର୍ଣ୍ଣାମେଣ୍ଟ:୨୦୨୦ ; ସୁନାବେଡ଼ା ଦଳ ଏ ବର୍ଷର ଚମ୍ପିୟାନ



ନୟାଗଡ଼ ----ନୟାଗଡ଼ ଜିଲ୍ଲା ଓଡ଼ଗାଁ ସ୍ଥିତ ମିନି ଷ୍ଟାଡିୟମରେ  ରାଜ୍ୟସ୍ତରୀୟ ଓଡ଼ଗାଁ ଫୁଟବଲ ଟୁର୍ଣ୍ଣାମେଣ୍ଟ-୨୦୨୦ର କାଲି ଥିଲା ଅନ୍ତିମ ଦିବସ। ଉକ୍ତ ପ୍ରତିଯୋଗିତାକୁ ଅନୁଷ୍ଠାନର ସଭାପତି ତଥା କୃଷି,ମତ୍ସ୍ୟ, ପଶୁପାଳନ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ଃ ଅରୁଣ କୁମାର ସାହୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ଏଥିରେ ଶରଣକୁଳ ଥାନା ଉପଖଣ୍ଡ ଅଧିକାରୀ ଏସ.ଟପ୍ପୋ,ଓଡ଼ଗାଁ ଥାନା ଭାରପ୍ରାପ୍ତ ଅଧିକାରୀ ମମତା ପତି, ମଣ୍ଡଳ ଉନ୍ନୟନ ଅଧିକାରୀ ସ୍ୱାତୀଲେଖା ଦାଶ, ଓଡ଼ଗାଁ ବିଜ୍ଞାପିତ ଅଂଚଳ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର, ଓଡ଼ିଶା କଳିଙ୍ଗ ବୈଶ୍ୟ ସଙ୍ଘ ସଭାପତି ଶ୍ରୀଯୁକ୍ତ ପୁରୁଷୋତ୍ତମ ପାତ୍ର,ସମାଜସେବୀ ସୂର୍ଯ୍ୟନାରାୟଣ ଚୌଧୁରୀ, ବରିଷ୍ଠ ନାଗରିକ ଶ୍ରୀଯୁକ୍ତ ରବିନାରାୟଣ ପୃଷ୍ଟି ପ୍ରମୁଖ ଯୋଗ ଦେଇଥିଲେ।
   ଏହି ମ୍ୟାଚରେ  ସୁନାବେଡା ପଦ୍ମଶ୍ରୀ ସ୍ପୋର୍ଟିଂ କ୍ଲବ ଫୁଲବାଣୀକୁ ୫-୦ ଗୋଲରେ ପରାସ୍ତ କରି ଏବର୍ଷ ର ଚମ୍ପିୟାନ ଟ୍ରଫି ହାସଲ କରିଛନ୍ତି । ସୁନାବେଡା ଦଳ ତରଫରୁ ସଞ୍ଜିତ ଖୋରା(୧୧ନଂ ଜର୍ସି) ଦୁଇଟି ଗୋଲ, କାର୍ତ୍ତିକ ହେନ୍ତାଳ(୧୦ନଂ ଜର୍ସି)ଦୁଇଟି ଗୋଲ ଏବଂ ରଞ୍ଜିତ ମାଝି (୬ନଂ ଜର୍ସି) ଗୋଟିଏ ଗୋଲ ସ୍କୋର କରି ଦଳକୁ ବିଜୟୀ କରାଇଥିଲେ। ପ୍ରତିପକ୍ଷ ଦଳ ଫୁଲବାଣୀ ତରଫରୁ କୌଣସି ଗୋଲ କରି ପାରିନଥିଲା। କାର୍ତ୍ତିକ ହେନ୍ତାଳଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଏବଂ ସଞ୍ଜିତ ଖୋରାଙ୍କୁ ମ୍ୟାନ ଅ ଦି ସିରିଜ ଟ୍ରଫି ପ୍ରଦାନ କରାଯାଇଥିଲା।
   ଟୁର୍ଣ୍ଣାମେଣ୍ଟର ଆବାହକ ଶ୍ରୀଯୁକ୍ତ ଲୋକନାଥ ସାହୁ,ବିଭୁ ପ୍ରସାଦ ସାହୁ,ବିଜନ ପାଇକରାୟ (ସଂଯୋଜକ),ଦିଲ୍ଲୀପ କୁମାର ମାର୍ଥା (ସଂଯୋଜକ), ପ୍ରଫୁଲ୍ଲ କୁମାର ଡାକୁଆ(ସଂଯୋଜକ),ଆଇନଜୀବୀ ଗୋବିନ୍ଦ ଚନ୍ଦ୍ର ସାହୁ(ସମ୍ପାଦକ),ଦିବାକର ନାୟକ (ସମ୍ପାଦକ),ପ୍ରମୋଦ କୁମାର ପାତ୍ର(ସଂଯୋଜକ),ଅର୍ଜୁନ ସାହୁ (କାର୍ଯ୍ୟକାରୀ ସଭ୍ୟ),ବିକାଶ ପଲେଇ (କାର୍ଯ୍ୟକାରୀ ସଭ୍ୟ) ପ୍ରମୁଖଙ୍କ ପ୍ରଚେଷ୍ଟାରେ ଶାନ୍ତି ଶୃଙ୍ଖଳା ସହ ମ୍ୟାଚ ଅନୁଷ୍ଠିତ ହୋଇଥିଲା।ରେଫରୀ ଶିବ ପ୍ରସାଦ ଦାସ ମ୍ୟାଚ ପରିଚାଳନା କରିଥିଲେ।  ନୟାଗଡ଼ରୁ ସୁଦୀପ୍ତ କୁମାର ଦଳେଇ

Blog Archive

Popular Posts