ନୟାଗଡ଼ରେ ଯଦୁମଣି ଜୟନ୍ତୀ ପାଳିତ
ନୟାଗଡ଼ ---ଯଦୁମଣି ଥିଲେ ନୟାଗଡ଼ ମାଟିର ସୁଯୋଗ୍ୟ ସନ୍ତାନ। ନୟାଗଡ଼ ମାଟି ଆଜି ବି ଝୁରୁଛି।ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଯଦୁମଣି କ୍ଲବ ମିଳିତ ଆନୁକୁଲ୍ୟରେ ଉତ୍କଳଘଣ୍ଟ ଯଦୁମଣୀଙ୍କ ଜୟନ୍ତି ପାଳିତ ହୋଇଯାଇଛି । ଇଟାମାଟି ପଞ୍ଚାୟତ କାର୍ଯ୍ୟାଳୟ ସାମନା ପଡ଼ିଆରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଉପଜିଲ୍ଲାପାଳ ଲଗ୍ନଜିତ ରାଉତ ଯୋଗଦେଇ ଯଦୁମଣୀଙ୍କ ହାସ୍ୟରସ ଉପରେ ଆଲୋଚନା କରିଥିଲେ । ବରିଷ୍ଠ ସାହିତ୍ୟିକ ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଅଧ୍ୟାପକ ବିଜୟ କୁମାର ଚୈାଧୁରୀ, କେଳୁଚରଣ ମହାପାତ୍ର, ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ନିର୍ମଳ ଚନ୍ଦ୍ର ଶୂରଦେଓ, ଅନୁବାଦ ସାହିତ୍ୟିକ ଶରତ ଚନ୍ଦ୍ର ଆଚାର୍ଯ୍ୟ, ଶିକ୍ଷା ଓ ବୈଷୟିକ ମହାବିଦ୍ୟାଳୟ ଅଧ୍ୟକ୍ଷ ଅଶୋକ କୁମାର ନାୟକ, ଏବଂ ଇଟାମାଟି ସରପଞ୍ଚ ସୋନାଲିକା ମନ୍ଥନ, ସମିତି ସଭ୍ୟ ବବିତା ରାଣୀ ହେନା ଯୋଗ ଦେଇଥିଲେ । ଅତିଥିମାନେ ଯଦୁମଣୀଙ୍କର ବିଷୟରେ ବହୁ ଜଣାଶୁଣା କଥାକୁ ନେଇ ଆଲୋଚନା କରିବା ସହ ତାଙ୍କ ପାଇଁ ନୟାଗଡ଼ ମାଟି, ସଦା ସର୍ବଦା ଗର୍ବିତ ବୋଲି କହିଥିଲେ । ଏହି ଅବସରରେ ଏକ କବିତା ଆସର ଆୟୋଜିତ କରାଯାଇଥିବା ବେଳେ ଏଥିରେ ନୟାଗଡ଼ ଜିଲ୍ଲାର କବି ଓ ସାହିତ୍ୟିକମାନେ ଯୋଗଦେଇ କବିତା ପାଠ କରିଥିଲେ । ପଣ୍ଡିତ ଚନ୍ଦ୍ରମଣୀ ପ୍ରଧାନ ଏହି କବିତା ପାଠତ୍ସୋବରେ ସଭାପତିତ୍ୱ କରିଥିଲେ । ଯଦୁମଣୀ କ୍ଲବର କାର୍ଯ୍ୟକାରୀ ସଭାପତି ପ୍ରଶାନ୍ତ କୁମାର ପ୍ରଧାନ ଏବଂ ସଂମ୍ପାଦକ ଫକିର ଚରଣ ବୈରୀଗଞ୍ଜନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗୀତିକାର ହରିଶ୍ ପ୍ରଧାନ, ନାଟ୍ୟକାର ଦୁର୍ଗାକାନ୍ତ ଆଚାର୍ଯ୍ୟ ଏବଂ ସାମ୍ବାଦିକ ରାମକୃଷ୍ଣ ରଥଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ନୟାଗଡ଼ ରୁ ସୁଦୀପ୍ତ କୁମାର ଦଳେଇ