ଦିବାରାତ୍ର କ୍ରିକେଟ ମ୍ୟାଚ ଉଦଯାପିତ ;ଆଳିଚର କ୍ରିକେଟ ଦଳଚମ୍ପିୟାନ
ସାକ୍ଷୀଗୋପାଳ ----- ସତ୍ୟବାଦୀ ବ୍ଳକର ମହୁରା ଗ୍ରାମ ପଞ୍ଚାୟତର ବାଗଲପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଖେଳ ପଡିଆରେ ବାସୁଦେବ କ୍ରିକେଟ କ୍ଳବ ପକ୍ଷରୁ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୮ଟି ଦଳ ଭାଗ ନେଇଥିଲେ । ନିମାପଡାର ଆଳିଚର କ୍ରିକେଟ କ୍ଳବ ସହିତ ପୁରୁଣା ବୁଢ଼ାକେରା କ୍ରିକେଟ ଦଳ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଆଳିଚର କ୍ରିକେଟ କ୍ଳବ ୧ରନରେ ବିଜୟୀ ହୋଇ ଏ ବର୍ଷର ଚମ୍ପିୟାନ ହୋଇଛନ୍ତି । ପୁରୁଣା ବୁଢ଼ାକେରା ଦଳ ରନସଅଫ ହୋଇଥିଲେ । ଅଭୟ କୁମାର ପରିଡା ଓ ତନ୍ମୟ ପରିଡା ମ୍ୟାଚ ପରିଚାଳନା କରିଥିଲେ । ପୁରଷ୍କାର ବିତରଣ ଉତ୍ସବରେ ଅତିଥି ଭାବେ ମହୁରା ସରପଞ୍ଚ ନିରଞ୍ଜନ ମହାରୀ ଓ ନାଏବ ସରପଞ୍ଚ ମମତା ପରିଡା ଚମ୍ପିୟାନ ଦଳକୁ ୧୦ ହଜାର ଓ ରନସଅଫ ଦଳକୁ ୬ହଜାର ଟଙ୍କା ପ୍ରଦାନ କରିଥିଲେ । ସେହିପରି ଦୀଲିପ ସେଠୀ ମ୍ୟାନ ଅଫ ଦି ମ୍ୟାଚ, ଟୁର୍ଣ୍ଣାମେଣ୍ଟ ଅଫ ଦି ମ୍ୟାଚ ଶ୍ରୀକାନ୍ତ ପଣ୍ଡା, ବେଷ୍ଟ କ୍ୟାଚରଭାବେସୂର୍ଯ୍ୟକାନ୍ତ ସ୍ୱାଇଁ ଙ୍କ ନାମ ଘୋଷଣା କରାଯାଇଥିଲା । ବାସୁଦେବ କ୍ରିକେଟ କ୍ଳବର ସମସ୍ତ ସଦସ୍ୟ ମାନେ ମ୍ୟାଚ ପରିଚାଳନାରେ ସହଯୋଗ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି