Breaking News

ବଡଦାଣ୍ଡରୁ ଆମିଷ ଓ ମଦମୁକ୍ତ କରିବା ପାଇଁ ଦାବୀ

 କୁଜଙ୍ଗ----- ଶ୍ରୀକ୍ଷେତ୍ର ପୁରୀ ବିଶ୍ୱର ପ୍ରମୁଖ ଆଧ୍ୟାତ୍ମିକ କେନ୍ଦ୍ର ଭାବେ ପରିଗଣିତ ହେଉଛି । ଏହି ପୁରୀ ବଡଦାଣ୍ଡକୁ ଆମିଷ ଓ ମଦମୁକ୍ତ କରିବା ପାଇଁ  ସ୍ଥାନୀୟ ତିର୍ତ୍ତୋଲ ଘରଣୀ ସଂଘ ତରଫରୁ ଦାବୀ କରାଯାଇଛି । ଏହି ପରିପ୍ରେକ୍ଷୀରେ ତିର୍ତ୍ତୋଲ ଘରଣୀ ସଂଘର ସଭାପତି ପ୍ରମିଳା ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ପ୍ରଭାବତୀ ଜେନା, ନମିତା ସାହୁ, କନକପ୍ରଭା ସ୍ୱାଇଁ, ସୁରଭି ସ୍ୱାଇଁ, ଉଷାରାଣୀ ଜେନା, ପ୍ରସନ୍ନା ମହାପାତ୍ର, ସନ୍ଧ୍ୟାରାଣୀ ମହାପାତ୍ର, ଉର୍ମିଳା କର, ସତ୍ୟଭାମା ଜେନା, ଗୋଲାପରାଣୀ ବିଶ୍ୱାଳ, ମମତା ପାଇକରାୟକ, ମୀନାକ୍ଷୀ ସ୍ୱାଇଁ ଓ ସସ୍ମିତା ସ୍ୱାଇଁଙ୍କ ସମେତ ଶତାଧିକ ମହିଳା ଯୋଗଦେଇଥିଲେ । ପୁରୀ ବଡଦାଣ୍ଡରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସମୟରେ ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ଅଗଣିତ ଭକ୍ତ ସମବେତ ହୋଇ ବଡଦାଣ୍ଡକୁ ଧର୍ମଦାଣ୍ଡରେ ପରିଣତ କରିଥାନ୍ତି । ପୁରୀ ବଡଦାଣ୍ଡକୁ ଆହୁରୀ ଆକର୍ଷଣୀୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହୁ ପଦକ୍ଷେପ ହାତକୁ ନେଇଛନ୍ତି । ତେଣୁ ଏହି ବଡଦାଣ୍ଡର ବିଶେଷ ମହତ୍ତ୍ୱ ରହୁଥିବାରୁ ଏହାକୁ ସଂପୂର୍ଣ୍ଣ ଆମିଷ ଓ ମଦମୁକ୍ତ କରିବା ପାଇଁ ବୈଠକରେ ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା । ମୁଖ୍ୟମନ୍ତ୍ରୀ ଏଦିଗରେ ପଦକ୍ଷେପ ଗ୍ରହଣ କରିବା ପାଇଁ ସଂଘ ତରଫରୁ ନିବେଦନ କରାଯାଇଛି ।
ଜଗତସିଂହପୁରରୁ ପ୍ରଳୟ କୁମାର ମହାପାତ୍ର

Popular Posts