Breaking News

ପଞ୍ଚପଲ୍ଲୀ ସରକାରୀ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ

Begunia
ବେଗୁନିଆ,―ବେଗୁନିଆ ଥାନା ଅନ୍ତର୍ଗତ ମାଣିବନ୍ଧ ସ୍ଥିତ ପଞ୍ଚପଲ୍ଲୀ ସରକାରୀ ଉଚ୍ଚ ବିଦ୍ୟାଳୟ ର  ବାର୍ଷିକ ଉତ୍ସବ ଶୁକ୍ରବାର ଦିନ ଅପରାହ୍ନରେ ପ୍ରଧାନ ଶିକ୍ଷକ ଶରତ କୁମାର ପଣ୍ଡାଙ୍କ ସଭାପତିତ୍ବ ଓ ଶିକ୍ଷକ ବିଜୟ କୁମାର ବେହେରା ଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଛି । ଏ ନେଇ ଆୟୋଜିତ ସଭାରେ ବୋଲଗଡ଼ ବ୍ଲକ ଅଧ୍ୟକ୍ଷ ଗୋପାଳ ଚରଣ ବେହେରା ମୁଖ୍ୟ ଅତିଥି,ରଣପୁର ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଉପେନ୍ଦ୍ର ନାଥ ସାହୁ ମୁଖ୍ୟ ବକ୍ତା, ସ୍ଥାନୀୟ ସରପଞ୍ଚ ପ୍ରଦୀପ କିଶୋର ଛୋଟରାୟ ,ସମିତି ସଭ୍ୟ ବିଜୟ କୁମାର ବଳବନ୍ତରାୟ ,ପରିଚାଳନା କମିଟିର ସଭାପତି  ନୀଳକଣ୍ଠ ମହାରଣା ଓ ବୋଲଗଡ଼ ବ୍ଲକ ମୃତ୍ତିକା ସଂରକ୍ଷଣ ସହକାରୀ ଅଧିକାରୀ ଶ୍ରୁତି ନନ୍ଦା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପାଠ ପଢି ଭଲ ମଣିଷ ହେଵା ପାଇଁ ପରାମର୍ଶ ଦେଇଥିଲେ । ସଭାର ପ୍ରାରମ୍ଭରେ  ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସ୍ଵାଗତ ସଙ୍ଗୀତ ପରିବେଷଣ କରିଥିଲେ । ଶିକ୍ଷକ କିଶୋର ଚନ୍ଦ୍ର ବେହେରା  ବାର୍ଷିକ ବିବରଣୀ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷକ ପ୍ରଭାକର ବଳବନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର‌୍ୟ୍ୟକ୍ରମ ହୋଇଥିଲା । 

Blog Archive

Popular Posts