Breaking News

ବୋଧେଇ ଓ ଗୋବିନ୍ଦପୁରରେ ଧାନମଣ୍ଡି ଖୋଲିଲା

P mohapatra
jagatasingpur
 କୁଜଙ୍ଗ---ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ବୋଧେଇ ସମବାୟ ସମିତି ପରିସରରେ ନୂତନ ଧାନମଣ୍ଡି ଶୁକ୍ରବାର ଉଦଘାଟିତ ହୋଇଯାଇଛି । ସମିତିର ସଭାପତି ନୃସିଂହ ନାୟକଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ଆଶିଷ କୁମାର ସେଠୀ ଓ ତିର୍ତ୍ତୋଲ ସିସିବି ବ୍ୟାଙ୍କ ପରିଚାଳକ ଦୋଳଗୋବିନ୍ଦ ଖଟୁଆ ଯୋଗଦେଇ ଧାନମଣ୍ଡିକୁ ଉଦ୍ଘାଟନ କରିଥିଲେ । ଅନ୍ୟମାନଙ୍କମଧ୍ୟରେ ବୋଧେଇ ସରପଞ୍ଚ ସନ୍ତୋଷ ସେଠୀ, ନିରଞ୍ଜନ ଲେଙ୍କା, ସମିତିର ସମ୍ପାଦିକା ରୋଜାଲିନ ମହାପାତ୍ର, କେଦାର ସ୍ୱାଇଁ, ଦୁର୍ଗାଚରଣ ସେଠୀ, ନିମାଇଁ ମଲ୍ଲ, ଦୀଲୀପ ମହାନ୍ତି, ଗନ୍ଧର୍ବ ଦାଶଙ୍କ ସମେତ ସମିତିର ପରିଚାଳନା ବୋର୍ଡ ସଦସ୍ୟ ଓ ଚାଷୀ ମାନେ ଉପସ୍ଥିତ ଥିଲେ । ସେହିପରି କୋଷ୍ଟିମଲ୍ଲିକାପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଗୋବିନ୍ଦପୁର ସମବାୟ ସମିତିର ନୂତନ ଧାନମଣ୍ଡି ଉଦଘାଟିତ ହୋଇଥିଲା । ସମିତିର ସଭାପତି ପ୍ରୀତିରଞ୍ଜନ ଦାଶ, ସିସିବି ପରିଚାଳକ ଶ୍ରୀ ଖଟୁଆ ଏହି ଧାନମଣ୍ଡିକୁ ଉଦ୍ଘାଟନ କରିଥିଲେ । ସମିତିର ସମ୍ପାଦକ ବିଜୟାନନ୍ଦ ନାୟକ, ବରିଷ୍ଠ ସଫଳ ଚାଷୀ ଅଲେଖ ଚରଣ ସେଠୀ, ହରିଚରଣ ନାୟକ, ମିଲନ ବାରିକ, ରାଜେଶ ବେହେରାଙ୍କ ସମେତ ସମିତି ପରିଚାଳନା ବୋର୍ଡ ସଦସ୍ୟ ଓ ଚାଷୀ ମାନେ ଉପସ୍ଥିତ ଥିଲେ ।
 ଜଗତସିଂହପୁରରୁ ପ୍ରଳୟ କୁମାର ମହାପାତ୍ର

Popular Posts