Breaking News

୨ ବାଇକ୍ ମଧ୍ୟରେ ଧକ୍କା ୩ ଆହତ

 D Bhera
Bari 
ବରୀ ---- ଯାଜପୁର ଜିଲ୍ଲା ବରୀ ବରୁହାଁ ରାସ୍ତାର ଘୁରୁଙ୍ଗା ଛକ ଠାରେ ଶୁକ୍ରବାର ଅପରାହ୍ନରେ ଦୁଇ ବାଇକ ମଧ୍ୟରେ ଧକ୍କା ହେବାରୁ ତିନିଜଣ ଆହତ ହୋଇଛନ୍ତି  । ସୁଚନାଯୋଗ୍ୟ ଯେ କେନ୍ଦ୍ରାପଡା ଜିଲ୍ଲାର ଗଗୁଆ ଗ୍ରାମର ସେକ୍ ହାରୁନ୍ (୪୦),ତବାସୁନି ବିବି (୨୬) ,ସେକ୍ ଜାନୁ (୧୨) ଅପରାହ୍ନେରେ ଯାଜପୁରୁ ଟାଉନରୁ ନିଜ ଗ୍ରାମ କେନ୍ଦ୍ରାପଡାକୁ  ଏକ ବାଇକ ଯୋଗେ ପରିବାର ସହ ଫେରୁଥିବା ସମୟରେ ଭୁରୁଙ୍ଗା ଛକ ନିକଟରେ ବିପରିତ ଦିଗରୁ ଆସୁଥିବା  ଅନ୍ୟଏକ ବାଇକ ସହିତ ମୁହାଁମୁହିଁ ଧକ୍କା ହେବା ଫଳରେ ରାସ୍ତା କଡକୁ ଛିଟିକି ପଡିଥିଲେ । ଖବର ପାଇ ଯୁବସମାଜ ସେବୀ ଅପୂବ ରଂଜନ ସାହୁ  ଘଟଣା ସ୍ଥଳରେ ପହଞ୍ଚି ଆହତ ହୋଇଥିବା ସେକ୍ ହାରୁନ, ତବାସୁନି ବିବି ଓ ସେକ ଜାନୁ ଙ୍କୁ ଏକ  ଗାଡି ଯୋଗେ ବରୀ ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ  ନେଇଯାଇଥିଲେ । ପରେ ତବାସୁନିନି ବିବି  ଓ ସେକ୍ ଜାନୁଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ  ପଠାଇ ଦିଆଯାଇଛି  ।
ବରୀରୁ ଦର୍ଶନ ବେହେରା

Popular Posts