ନେତାଜୀ ଓ ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ସହ ବାର୍ଷିକ କ୍ରୀଡା ଅନୁଷ୍ଠିତ
ବରଗଡ଼--- ବରଗଡ଼ ଜିଲ୍ଲା ଅତାବିରା ନୋଡାଲ ବାଳକ ଉଚ୍ଚ ବିଦ୍ୟାଳୟରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ସହ ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହିମାଂଶୁ ଶେଖର ସାହୁଙ୍କ ଅଧ୍ୟକ୍ଷତା କରିଥିଲେ ।ଏହି ଅବସରରେ ନେତାଜୀ ଓ ସୁରେନ୍ଦ୍ର ସାଏଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ ଦ୍ବୀପ ପ୍ରଜ୍ବଳନ ପୂର୍ବକ ପୂଜାର୍ଚ୍ଚନା କରାଯାଇଥିଲା।ଏଥିରେ ବିଦ୍ୟାଳୟର ଶିକ୍ଷକ,ଶିକ୍ଷୟିତ୍ରୀ ମାନେ ନେତାଜୀ ଓ ସୁରେନ୍ଦ୍ର ସାଏଙ୍କ ଜୀବନୀ ବିଷୟରେ ମତବ୍ୟକ୍ତ କରିଥିଲେ। ସେହିପରି ବାର୍ଷିକ କ୍ରୀଡ଼ାରେ ବିଦ୍ୟାଳୟର ଛାତ୍ରମାନେ ବିଭିନ୍ନ ପ୍ରକାର ଖେଳରେ ଭାଗ ନେଇଥିଲେ । ବିଦ୍ୟାଳୟର ଖେଳ ଶିକ୍ଷକ ଲବ ସାହୁ,ସୁଦୀପ୍ତ ସାହୁ,ବିଶ୍ଵନାଥ ମେହେର,ରବିକାନ୍ତ ପାତ୍ର ରହିଥିଲେ । ବିଦ୍ୟାଳୟର ଛାତ୍ରମାନେ ତଥା ଶିକ୍ଷକ ,ଶିକ୍ଷୟିତ୍ରୀ ସୁପ୍ରଭା ସାହୁ,ଜ୍ୟୋତିକିରଣ ମହାନ୍ତି,ପୁଷ୍ପାଞ୍ଜଳି ବିଶ୍ୱାଳ,ହେମଲତା ନାଏକ,ରବି ପ୍ରସାଦ ଗୁପ୍ତା,ରାମ ମେହେର ଓ କର୍ମଚାରୀ ବଳରାମ ଜୁଏଡ଼,ଜନନୀ ମହାପାତ୍ର, ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ପଦ୍ମାଲୟା ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ