Breaking News

ସୁଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ପକ୍ଷରୁ ଷ୍ଟଡିଷ୍ଟୁର


ସାକ୍ଷୀଗୋପାଳ ----- ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମ କରି ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ପକ୍ଷରୁ ଖୋଲିଥିବା ସୁଚନା ଓ ପ୍ରଯୁକ୍ତି ବିଦ୍ୟା ( ଭକ୍ୟୁସନାଲିଏଜୁକେସନ )  ବିଭାଗ ଖୋଲିଛି  । ୯ମ ଶ୍ରେଣୀର ୨୪ଜଣ ଛାତ୍ର ମାନଙ୍କର ଏକ ଷ୍ଠଡିଟୁର ଗୁରୁବାର  ଅନୁଷ୍ଠିତ ହୋଇଯାଇଛି । ସାକ୍ଷୀଗୋପାଳ ଉପ ଡାକଘର ସମ୍ପର୍କରେ ପିଲା ମାନେ ଷ୍ଟଡିଷ୍ଟୁର ପ୍ରଶିକ୍ଷଣ ଦିଆଯାଇଥିଲା  । ଡାକଘରର ପୋଷ୍ଟ ମାଷ୍ଟର କୁଳମଣି ବର୍ଷାଲିୟା ପିଲା ମାନଙ୍କୁ ଟଙ୍କା ଉଠାଣ, ଜମା କରିବା, ଡାକ ଆସିବା ଓ ଯିବା, ଯୁଦ୍ରଜମା, ବୀମା,ଓ ଡାକଘରର ଉପକାରିତା, ଏଠାରେ ମିଳୁଥିବା ଜନସାଧାରଣଙ୍କ ପାଇଁ ସୁବିଧା ଆଦି ସମ୍ପର୍କରେ ବୁଝାଇଥିଲେ  । ଡାକଘରରେ ଇଣ୍ଟରନେଟ ମାଧ୍ୟମରେ କାର୍ଯ୍ୟ କାରିତା ଆଦି ସମ୍ପର୍କରେ ପିଲା ମାନଙ୍କୁ ସରଳ ଭାବେ ବୁଝାଇଥିଲେ  । ସେହିପରି ଡାକଘରର ସମସ୍ତ କର୍ମଚାରୀ ମାନେ ସେମାନଙ୍କ କାର୍ଯ୍ୟ ସମ୍ପର୍କରେ ପିଲା ମାନଙ୍କୁ ବୁଝାଇଥିଲେ  । ବିଦ୍ୟାଳୟର ସୁଚନା ଓ ପ୍ରଯୁକ୍ତି ବିଦ୍ୟାର ପ୍ରଶିକ୍ଷକ ମୃତୁଞ୍ଜୟ ମହାପାତ୍ରଙ୍କ ସହିତ ଶିକ୍ଷକ ସତ୍ୟବାଦୀ ଦାଶ ଓ ଉମାକାନ୍ତ ମିଶ୍ର ଉପସ୍ଥିତ ରହିଥିଲେ  । 
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts