ବରଗଡ଼ ଜିଲ୍ଲା ଓଡିଶା କର୍ମଜୀବି ସାମ୍ବାଦିକ ସଂଘ ର ନୂତନ କର୍ମକର୍ତ୍ତା
ବରଗଡ :- ଓଡିଶା କର୍ମଜୀବି ସାମ୍ବାଦିକ ସଂଘ ର ବରଗଡ ଜିଲ୍ଲା ଶାଖାର ନିର୍ବାଚନ ସ୍ଥାନୀୟ ଅଗ୍ରଗାମୀ ଯୁବକ ସଂଘ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରାଜ୍ୟ ଉପ ସଭାପତି ଆଶୁତୋଷ ରଥ ,ରାଜ୍ୟ ଯୁଗ୍ମ ସଂପାଦକ ପବିତ୍ର ପାତ୍ର ,ରାଜ୍ୟ କୋଷାଧ୍ୟକ୍ଷ ଶ୍ୟାମସୁନ୍ଦର ରାଉତ ଙ୍କ ତତ୍ତ୍ବାବଧାନରେ ୨୦୨୦ ମସିହାଠାରୁ ୨୦୨୨ ମସିହା ପର୍ଯ୍ୟନ୍ତ ଦୁଇ ବର୍ଷ ପାଇଁ ନମୂନା କର୍ମକର୍ତ୍ତା ଗଠନ କରାଯାଇଛି । ବରଗଡ ଜିଲ୍ଲାର ସାମ୍ବାଦିକ ସଂଘର ସଭାପତି ଭାବରେ ତ୍ରିବିକ୍ରମ ତ୍ରିପାଠୀ , ଉପସଭାପତି ହିମାଂଶୁ ଶେଖର ନନ୍ଦ , ସଂପାଦକ ପରମାନନ୍ଦ ମିଶ୍ର , ଯୁଗ୍ମ ସଂପାଦକ ନବିନ ଦାଶ , କୋଷାଧ୍ୟକ୍ଷ ସଞ୍ଜିବ କୁମାର ଜେସଓ୍ବାଲ, ମିଡିଆ ପ୍ରଭାରୀ ସୁଜିତ ବେହେରା , ଆଇନଜୀବି କିରଣ କୁମାର ମିଶ୍ର ଆଇନ ପରାମର୍ଶଦାତା ଭାବରେ ଏବଂ ରାଜ୍ୟ କାର୍ଯ୍ୟକାରୀଣି ସଦସ୍ୟ ଭାବେ ମୋତିଲାଲ ବାଗ ଓ ଜିଲ୍ଲା କାର୍ଯ୍ୟକାରୀଣି କମିଟି ରେ ଜଗବନ୍ଧୁ ସାହୁ, କୃର୍ତ୍ତିବାସ ବିଶ୍ବାଲ, ସୁନାଧର ଭୋଇ,ଚକ୍ରଧର ହରିପାଲ, ସଂଜୀବ ଲୁହା, ସୁବ୍ରତ ବିର୍ତ୍ତଆ,ଆକାଶ ମେହେର , କ୍ଷୀରଜ ନାୟକ, ପ୍ରମୁଖ ୧୬ ଜଣ ନିର୍ବାଚିତ ହୋଇଛନ୍ତି। ଏହି ଅବସରରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ମୂଖ୍ୟ ଅତିଥି ଭାବେ ବରଗଡ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ କଲ୍ୟାଣୀ ଦାସ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ରାଜେନ୍ଦ ପ୍ରସାଦ ସିଂହ , ରକ୍ଷାକାରୀ ବିଶି , ବ୍ରଜବନ୍ଧୁ ନାୟକ ପ୍ରମୁଖ ଯୋଗଦେଇ ଥିଲେ । ସମସ୍ତ ସାମ୍ବାଦିକ ଙ୍କୁ ସମ୍ବର୍ଦ୍ଧନା ଦେବା ସହ ଅଧିକାରୀ ସା ଙ୍କୁ ବ୍ୟଙ୍ଗବନ୍ଧୁ ସମ୍ମାନ, ଅନୁପ ଶତପଥି ଙ୍କୁ ସମାଜସେବୀ, ଶ୍ରୀକାନ୍ତ ସା ଙ୍କୁ କଣ୍ଠଶିଳ୍ପୀ , କବି ଦେବେନ୍ଦ୍ର ସାହୁ ଙ୍କୁ ବ୍ୟଙ୍ଗଶ୍ରୀ ସମ୍ମାନ,ଜଗନ୍ନାଥ କୁମ୍ଭାର ଙ୍କୁ କଳାକାର ସମ୍ମାନ , ଅଶୋକ ପଣ୍ଡା ଙ୍କୁ ସାମ୍ବାଦିକ ସେବା ସମ୍ମାନ ଏବଂ ଚିତ୍ତରଞ୍ଜନ ସାହୁ ଙ୍କୁ ସାମ୍ବାଦିକ ଗୌରବ ସମ୍ମାନ ରେ ସମ୍ମାନିତ କରାଯାଇଥିଲା। ଶେଷରେ ପରମାନନ୍ଦ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ