Breaking News

ନିଶା କବଳରେ ବିଶ୍ୱ ପର୍ଯ୍ୟଟନ କ୍ଷେତର ଯୁବ ଗୋଷ୍ଠୀ

A maliki
Konark
କୋଣାର୍କ---- ବିଶ୍ୱ ପର୍ଯ୍ୟଟନ କ୍ଷେତ୍ର କୋଣାର୍କ ଆଜି ନିଶା ରାକ୍ଷସ କବଳରେ । ଦେଶ ବିଦେଶର ଲକ୍ଷ ଲକ୍ଷ ପର୍ଯ୍ୟଟକ ଏହି ପର୍ଯ୍ୟଟନ କ୍ଷେତ୍ରକୁ ଭ୍ରମଣ କରିବାକୁ ଆସୁଥିବାବେଳେ, ଖୋଲା ବଜାରରେ ଖୁଲମ ଖୁଲା ନିଶା ଦ୍ରବ୍ୟର ବିକ୍ରୀ ହେଉଥିବା  ଦେଖି ଉଦେବେଗ ପ୍ରକାଶ କରିଛନ୍ତି । ସରକାରୀ ନିତି ନିୟମ ନମାନି ସର୍ବସାଧାରଣରେ ଏହାର ସେବନ ଚାଲିଛି  ।  କେହି ନିତି ନିୟମକୁ ମାନୁ ନାହାନ୍ତି । ଖୁଲମ ଖୁଲା କୋଣାର୍କ ବଜାରର ଟୁରିଷ୍ଟି ମାର୍କେଟ, ବସ୍ ଷ୍ଟାଣ୍ଡ, ଥାନାଛକ, ମେଡିକାଲ ଛକ ସମେତ ନିକଟସ୍ଥ ଗ୍ରାମରେ ଥିବା ପାନ ଦୋକାନ, ଜଳଖିଆ ଦୋକାନ, ଗ୍ରୋସରୀ ଦୋକାନ ଓ ହୋଟେଲ ମାନଙ୍କରେ ଅବାଧରେ ନିଶା ଦ୍ରବ୍ୟ ବିକ୍ରୀ ହେଉଛି । ଫଳରେ ହାତପାହାନ୍ତାରେ ନିଶା ଦ୍ରବ୍ୟ ମିଳି ଯାଉଥିବାରୁ ଯୁବ ଗୋଷ୍ଠୀଙ୍କ ସମେତ ସବୁ ବର୍ଗର ବ୍ୟକ୍ତି ନିଶା ସେବନ କରୁଥିବା ଦେଖିବାକୁ ମିଳିଛିି । ନିଶା ଶକ୍ତ ଅବସ୍ଥାରେ ଏହି ନିଶାଡିମାନେ ସୂର୍ଯ୍ୟମନ୍ଦିର ଭ୍ରମଣରେ ଆସୁଥିବା ପର୍ଯ୍ୟଟକ ଓ ସ୍ଥାନୀୟ ଝିଅ ବୋହୁଙ୍କୁ ଅଶ୍ଳିଳ ଇଙ୍ଗିତ କରିବା ସହ ଗଣ୍ଡଗୋଳ କରୁଥିବା ଦେଖିବାକୁ ମିଳିଛି ।  କୋଣାର୍କ ଭଳି ଏକ ଆନ୍ତର୍ଜାତିକ ପର୍ଯ୍ୟଟନ କ୍ଷେତ୍ରରେ ନିଶାଡିମାନଙ୍କ ଉତ୍ପାତ ଯୋଗୁଁ  ପର୍ଯ୍ୟଟକ ନିଜକୁ ଅସୁରକ୍ଷିତ ମନେକରୁଛନ୍ତି । ପ୍ରଶାସନ  ପକ୍ଷରୁ ନିଶାଡିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନ ହେବା ଓ ଦିନ ଓ ରାତ୍ର କାଳିନ ପ୍ୟାଟ୍ରୋଲିଂ ନ ହେବାରୁ ମଦ୍ୟପ ମାନେ ବିଭିନ୍ନ ସ୍ଥାନରେ  ବସି ଖୁଲମଖୁଲା  ମଦ୍ୟ ପାନ କରୁଥିବା ବେଳେ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରୁଛନ୍ତି । ଏଥିସହ ମଦ୍ୟପମାନେ ବିଭିନ୍ନ ପ୍ରକାର ଅପରାଧ ମୁଳକ କାର୍ଯ୍ୟରେ ଲିପ୍ତ ରହୁଛନ୍ତି ।  କୋଣାର୍କ ଓ ଏହାର ନିକଟବର୍ତ୍ତି ଅଞ୍ଚଳରେ ଚୋରାରେ ମଦ, ଗଞ୍ଜେଇ, ଅଫିମ, ଚରସ, ବ୍ରାଉନସୁଗାର କାରବାର ଅବାଧରେ ଚାଲିଥିବା ବେଳେ ବିଭିନ୍ନ ଲଜମାନଙ୍କରେ ଅନୈତିକ କାର୍ଯ୍ୟକଳାପ ହେଉଥିବା ସାଧାରଣରେ ଅଭିଯୋଗ ମାନ ହେଉଛି ।  ପୁଲିସ କାର୍ଯ୍ୟାନୁଷ୍ଠାନ ନ ହେବାରୁ ଏହାର ସୁଯୋଗ ନେଇ ଅସାମାଜିକ ବ୍ୟକ୍ତିଙ୍କ ଦୌରାତମ୍ୟ ଦିନକୁ ଦିନ ବୃଦ୍ଧି ପାଉଛି ବୋଲି ବୁଦ୍ଧିଜୀବୀ ମାନେ କହନ୍ତି । । ପ୍ରଶାସନ ପକ୍ଷରୁ ତୁରନ୍ତ ଏ ଦିଗରେ ଦୃଢ ପଦକ୍ଷପ ନେବାପାଇଁ ସାଧାରଣରେ ଦାବି ହେଉଛି ।

କୋଣାର୍କରୁ ଅଜିତ କୁମାର ମଲିକ

Blog Archive

Popular Posts