Breaking News

ମାଙ୍କଡ ଗୋଡାଇବାରୁ ଛାତରୁ ପଡି ମହିଳା ମୃତ

ବରୀ------ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅଧିନ ଭଅଁରା ପଞ୍ଚାୟତ ବରିଲୋ ଗ୍ରାମର ଅରୁଣ  ସ୍ୱାଇଁଙ୍କ ପତ୍ନୀ ଜୟନ୍ତୀ ସ୍ୱାଇଁ (୪୨)  ସକାଳେ ଛାତ ଉପରକୁ ଲୁଗା ଶୁଖାଇବାକୁ ଯାଇଥିଲେ  । ମାଙ୍କଡ ତାଙ୍କୁ ଆକ୍ରମଣ କରିବା ପାଇଁ ଉଦ୍ୟମ କରିବାରୁ ସେ ଭୟଭୀତ ହୋଇ ଦୈøଡିିିିି  ପଳାଇ ଯାଉଥିବା ବେଳେ ଛାତରୁ ଖସି ପଡିଥିଲେ । ଘରେ ଲୋକେ ଜୟନ୍ତୀ ତଳେ ପଡିଥିବାରୁ  ଦେଖି ସଙ୍ଗେସଙ୍ଗେ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ଡାକ୍ତର ତାଙ୍କୁ ସେଠାରେ ମୃତ ବୋଲି ଘୋଷଣା କରିଥିଲେ । ପୋଲିସ ି ଶବ ଜବତ କରି ବ୍ୟବଚ୍ଛେଦ କରିଥିଲେ  । ଶବ ବ୍ୟବଚ୍ଛେଦ ପରେ ନିଜ ଗ୍ରାମ ବରିଲୋରେ ସଂନ୍ଧ୍ୟାରେ ସଂସ୍କାର ହୋଇଯାଇଛି । ଏନେଇ ବିଂଝାରପୁର ଥାନାରେ ଅପମୃତ୍ୟୁ ମାମଲା ୧/୨୦ ରୁଜୁ କରାଯାଇଥିବା ଜଣାପଡିଛି । ପରିବାର ପକ୍ଷରୁ  ମାଙ୍କଡକୁ ଦେଖି ଜୟନ୍ତୀର ମୃତ୍ୟୁ ଘଟିଲା ବୋଲି କୁହାଯାଉଥିଲାବେଳେ ପୋଲିସ ଏହାକୁ ନେଇ  ତଦନ୍ତ ଜାରି ରଖିଛି ।
ବରୀରୁ -ଦର୍ଶନ ବେହେରାଙ୍କ ରିପୋର୍ଟ
 D Behera
Bari

Blog Archive

Popular Posts