Breaking News

କାର ଧକ୍କାରେ ଭାଇ ଭଉଣୀ ଆହତ

 ସାକ୍ଷୀଗୋପାଳ ----- ପୁରୀ- ଭୁବନେଶ୍ୱର ଜାତୀୟ ରାଜପଥର ୩୧୬ନଂ ସାକ୍ଷୀଗୋପାଳ କଲେଜ ଛକରେ ଗୁରୁବାର ଅପରାହ୍ନରେ ଏକ ସାଇକେଲ ଯୋଗେ କୁମର ପରିଡା(୬୧) ଓ ତାଙ୍କ ଭଉଣୀ ସଉଦାମିନି ପରିଡା ରାସ୍ତା ଉପରକୁ ଆସିବା ସମୟରେ ପୁରୀରୁ ଏକ ହୁଣ୍ଡାଇ କାରନଂ ଓଡି. ୦୨. ଏଏକ୍ସ. ୯୧୫୭ ତାଙ୍କୁ ଧକ୍କା ଦେଇଥିଲା  । ସେଥିରେ ଭାଉ ଭଉଣୀ ଗୁରୁତର ଆହତ ହୋଇ ସାକ୍ଷୀଗୋପାଳ ମେଡିକାଲରେ ଚିକିତ୍ସା ହେଉଥିବା ଜଣାପଡିଛି । ଖବର ପାଇ ସତ୍ୟବାଦୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଗସ୍ତ କାରଟିକୁ ଜବତ କରିଛନ୍ତି । କାର ଡ୍ରାଇଭର ସିର୍ଦ୍ଦାଥ ନାୟକଙ୍କୁ ଥାନାରେ ଅଟକ ରଖିଥବା ଜଣାପଡିଛି ।
 ସାକ୍ଷୀଗୋପାଳରୁ ପୂର୍ଣ୍ଣାନନ୍ଦ ତ୍ରିପାଠୀ 

Blog Archive

Popular Posts