ଅବସରପ୍ରାପ୍ତ ଶିକ୍ଷକଙ୍କ ପରଲୋକ
ବରୀ-----ଯାଜପୁର ଜିଲ୍ଲା ବରୀବ୍ଲକ ଅର୍ନ୍ତଗତ ଅଟିରା ପଞ୍ଚାୟତ ଗହପାଳ ଗ୍ରାମର ଅବସର ପ୍ରାପ୍ତ ଶିକ୍ଷକ ପୀତାମ୍ବର ବାରିକ (୯୨) ଙ୍କର ପରଲୋକ ଘଟିଛି । ସ୍ୱର୍ଗତ ବାରିକ ଅବସର ପରେ ବିଭିନ୍ନ ସାମାଜିକ କାର୍ଯ୍ୟରେ ନିୟୋଜିତ ହୋଇ ଜନ ହିତକର କାର୍ଯ୍ୟ କରୁଥିଲେ । ସନ୍ଥନ ମଠ ନିକଟରେ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲିବା ପାଇଁ ଦୀର୍ଘ ଦିନ ହେଲା ରାଜ୍ୟ ସରକାରଙ୍କ ନିକଟରେ ଦାବୀ କରିଆସୁଥିôଲେ । ଗହପାଳ ଗ୍ରାମରେ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠାରେ ବାରିକଙ୍କର ମୁଖ୍ୟ ଭୂମିକା ରହିଥିଲା । ଏ ଅଂଚଳରେ ବିଭିନ୍ନ ଶିକ୍ଷାନୁଷ୍ଠାନ ସହିତ ଯୋଡି ହୋଇ ଶିକ୍ଷାର ବିକାଶ ପାଇଁ ଉଦ୍ୟମ ଜାରି ରଖିଥିଲେ । ଗହପାଳ ଗ୍ରାମର ଡାକନାମ ପର୍ବକୁ ଆରମ୍ଭ କରିଥିଲେ ବୋଲି ଗ୍ରାମବାସୀଙ୍କ ପକ୍ଷରୁ କୁହାଯାଇଛି । ସବୁବେଳେ ଅହିଂସା ନୀତିରେ ଅନୁସରଣ ହୋଇ ଆଗକୁ ବଢିବା ପାଇଁ ଅନ୍ୟକୁ ପ୍ରବତ୍ତାଉଥିଲେ । ସ୍ୱର୍ଗତ ବାରିକଙ୍କୁ ବିରାଟ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ତାଙ୍କର ଏକମାତ୍ର ପୁଅ ଅବସରପ୍ରାପ୍ତ ଅଧ୍ୟକ୍ଷ ଅଜୟ କୁମାର ବାରିକ ମୁଖାଗ୍ନି ଦେଇଛନ୍ତି ।
ବରୀରୁ -ଦର୍ଶନ ବେହେରାଙ୍କ ରିପୋର୍ଟ
ବରୀରୁ -ଦର୍ଶନ ବେହେରାଙ୍କ ରିପୋର୍ଟ
![]() |
Bari |