-ଶ୍ରୀମନ୍ଦିର ସୁରକ୍ଷା ଯୋନ ଭିତରେ ଥିବା ପ୍ଲଟ ଉଛେଦ
ପୁରୀ-----ଶ୍ରୀମନ୍ଦିର ସୁରକ୍ଷା ଯୋନ ଭିତରେ ଥିବା ପ୍ଲଟ ଗୁଡିକ ଉଛେଦ ଚାଲିଛି। ଆଜି ପଶ୍ଚିମ ଦ୍ୱାର ଗଡନ୍ତି ଛକ ରେ ଉଛେଦ ଚାଲିଛି। ସେଠାରେ ଥିବା ଲଜ ଓ ଘର ଉଛେଦ କରାଯାଉଛି। ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ଫୋର୍ସ ସମେତ ୪ ଜଣ ମାଜିଷ୍ଟ୍ରେଟ ଉପସ୍ଥିତ ଅଛନ୍ତି। ଗାଣ୍ଡୁଆ ଚଉରା ଛକ ରେ ୨ଟି ପ୍ଲଟ ଉଛେଦ ଶେଷ ହୋଇଥିଲା। ଆଜି ଗଡନ୍ତି ଛକ ରେ ଉଛେଦ ଚାଲିଛି। ଘରୋଇ ପ୍ଲଟ , ଲଜ ଗୁଡିକ ଯେଉଁ ମାନେ କ୍ଷତି ପୂରଣ ପାଇ ସାରିଛନ୍ତି ସେଗୁଡିକ ପ୍ରଶାସନ ଉଛେଦ କରି ନିଜ ଅଧିନ କୁ ଆଣୁଥିବା ଜଣାପଡିଛି ।ବାକି ରହିଥିବା ଅନ୍ୟ ପ୍ଳଟ ଗୁଡ଼ିକ ସରକାର ନିଜ ଅକ୍ତିଆରକୁ ନେବେ ବୋଲି ଜଣାପଡିଛି ।